ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି - ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ମହାଭାରତରେ ଧୃତରାଷ୍ଟ୍ରଙ୍କ କଥା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଶ୍ରୀମୟୀ ଲେଖିଛନ୍ତି ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସଭାରେ ଅଧ୍ୟକ୍ଷତା କରୁଥିଲେ ଧୃତରାଷ୍ଟ୍ର। ଧୃତରାଷ୍ଟ୍ରଙ୍କ ପୁତ୍ର ପ୍ରତି ଅନ୍ଧ ପ୍ରୀତି ତାଙ୍କୁ ନିରବ ରହିବାକୁ ବାଧ୍ୟ କରୁଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ। ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ରାଜାଙ୍କୁ କେବେ କ୍ଷମା କରେନାହିଁ। ଏପରି କହି ଶ୍ରୀମୟୀ ପରୋକ୍ଷରେ ନବୀନଙ୍କୁ ଟାର୍ଗେଟ୍ କରିଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ରଖି କହିଛନ୍ତି ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି। ଜଣେ ଯଦି ଦଳରେ ନଥିବେ ବା ଦଳର ନେତାଙ୍କ କଥା ମାନୁ ନଥିବେ କି ନେତାଙ୍କ ସହିତ ନଥିବେ ତାଙ୍କୁ କାହିଁକି ପଦ ପଦବୀ ରେ ରଖାଯିବ । ପଦ ପଦବୀ ରେ ରଖା ଯାଇଛି ମାନେ ସେ ଦଳ ସହିତ ରହିଛନ୍ତି। ଦଳର ସେ ନେତ୍ରୀ ଭାବେ କାମ କରୁଛନ୍ତି। ସୋସିଆଲ ମିଡ଼ିଆ କିଏ କଣ ପୋଷ୍ଟ ତାକୁ ଧରି ଆମେ କଣ ଚିନ୍ତା କରିବା କି । ଶ୍ରୀମୟୀ ମିଶ୍ର ଆଜି ବି ଆମ ସହିତ ଅଛନ୍ତି । ମୋ ସହିତ ପ୍ରାୟ ସବୁବେଳେ କଥା ହୁଅନ୍ତି । ଯେଉଁ ଦିନ ନିଯୁକ୍ତି ପାଇଲୁ ସେଦିନ ମଧ୍ୟ ମୁଁ ତାଙ୍କ ସହିତ କଥା ହୋଇଛି । ତେଣୁ କୌଣସି ପ୍ରକାର ଅସନ୍ତୋଷ ନାହିଁ। ସେ ଆମ ସହିତ ଅଛନ୍ତି ଖୁବ କମ ସମୟ ମଧ୍ୟରେ ଶଙ୍ଖ ଭବନକୁ ଆସିବେ । ଆସିକି ସେ ପୁଣି ଆମ ସହିତ ମିଶି କି କାମ କରିବେ । ନବୀନ ପଟ୍ଟନାୟକ ତାଙ୍କୁ ଦଳର ବିଭିନ୍ନ ପଦ ପଦବୀ ରେ ରଖିଛନ୍ତି । ସବୁବେଳେ ଅଗ୍ରଣୀ ଭୂମିକା ତାଙ୍କୁ ଦେଇଛନ୍ତି । ଆଜି ମଧ୍ୟ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ତାଙ୍କୁ ସାମିଲ କରିବା ପାଇଁ ଆମେ ସବୁବେଳେ ଚେଷ୍ଟିତ ଅଛୁ । ତାଙ୍କର ବ୍ୟକ୍ତିଗତ କିଛି ଥାଇ ପାରେ ସେ ଆସି ପାରି ନାହାନ୍ତି । ନିଶ୍ଚିତ ଭାବେ ଆସିବେ ମୋ ସହିତ କଥା ମଧ୍ୟ ହୋଇଛନ୍ତି । ନେତୃତ୍ୱ ଉପରେ କାହାର ପ୍ରଶ୍ନ ନାହିଁ କି ତାଙ୍କର ମଧ୍ୟ ନାହିଁ । ମୁଁ ବିଗତ ଦୁଇ ଚାରି ଦିନ ହେବ ତାଙ୍କ ସହିତ କଥା ହେଉଛି ସେ ଆସିବେ କାମ କରିବେ ପୁଣି ଥରେ ଯେମିତି ସେ ପୂର୍ବରୁ ବିଜେଡି ନେତ୍ରୀ ଭାବେ କାମ କରୁଥିଲେ କରିବେ । ଟିକେ ଟିକେ କାହା ମନରେ ଦୁଃଖ ଥିବ ସେଇଟା ସବୁ ଦିନ କଣ ରହିବ । ରହିବ ନାହିଁ । ସେ ଅସନ୍ତୋଷ ନାହାନ୍ତି । ସୋସିଆଲ ମିଡ଼ିଆରେ ଆମେ ବି ଅନେକ ସମୟରେ ଆମ ଭାବନା କୁ ବ୍ୟକ୍ତ କରୁ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହେଉଛି ଆମ ଭାବନା କୁ ବ୍ୟକ୍ତ କରିବା ପାଇଁ । ସେଥି ରେ ଦଳ ପ୍ରତି ତାଙ୍କର କୌଣସି ଅସନ୍ତୋଷ ନାହିଁ।
.......
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା