ବାଣୀବିହାର ଛାଡିବାକୁ ଅଣଛାତ୍ରଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.) - ବାଣୀବିହାର ଛାଡିବାକୁ ଅଣଛାତ୍ରଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅପିଲ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଦାବି ହେଉଥିଲା ବାଣୀବିହାରରେ ଅଣ ଛାତ୍ରଙ୍କୁ ବାହାର କରିବାକୁ କୁଳପତିଙ୍କୁ ନିର୍ଦ୍ଦେ
ବାଣୀବିହାର ଛାଡିବାକୁ     ଅଣଛାତ୍ରଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଅପିଲ


ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)

- ବାଣୀବିହାର

ଛାଡିବାକୁ ଅଣଛାତ୍ରଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅପିଲ କରିଛନ୍ତି । ମନ୍ତ୍ରୀ

କହିଛନ୍ତି ଯେ, ଦୀର୍ଘ ଦିନ ଧରି ଦାବି ହେଉଥିଲା ବାଣୀବିହାରରେ ଅଣ ଛାତ୍ରଙ୍କୁ ବାହାର କରିବାକୁ

କୁଳପତିଙ୍କୁ ନିର୍ଦ୍ଦେଶ ହୋଇଥିଲା । ଅଣ ଛାତ୍ର

ଯେମିତି ନ ରହିବେ । ଆବାହମାନ କାଳରୁ ସେମାନେ ରହି ଆସୁଥିଲେ । ବିଶ୍ବ ବିଦ୍ୟାଳୟ ରାଙ୍କିଙ୍ଗ

କମୁଥିଲା ।ପୋଲିସ ଅରେଜମେଣ୍ଟ ରହିଛି, 8 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଯେଉଁମାନେ

ଛାତ୍ର ନାହାନ୍ତି ସେମାନଙ୍କ ବି ଦାୟିତ୍ୱ ରହିଛି, ସମସ୍ତଙ୍କ ସହଯୋଗ

ରହିବ ।

ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେଉଁମାନେ ଅଣ ଛାତ୍ର ସେମାନେ ଛାଡ଼ି ଦିଅନ୍ତୁ । ଶିକ୍ଷାନୂକୁଳ ବାତାବରଣ କେମିତି ତିଆରି ହେବ ସେନେଇ

ସମସ୍ତେ ଚେଷ୍ଟା କରିବେ । ହଷ୍ଟେଲ ଫାଙ୍କା ସହ ହଷ୍ଟେଲକୁ ସିଲ୍ କରାଯିବ । ତାପରେ ମରାମତି କରି

ଛାତ୍ର ମାନଙ୍କୁ ଦିଆଯିବ । ଯାହା ନିୟମ ଅଛି ନିୟମ ଭିତରେ ନ ରହି ପାଳନ କରିବୁ ବୋଲି ମନ୍ତ୍ରୀ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande