
ବିଶାଖାପାଟନମ୍, ୧୦ ଜାନୁଆରୀ (ହି.ସ.)- ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଏଠାରେ ଏମଜିଏମ ପାର୍କରେ ଭାରତୀୟ ବତୀଘର ମହୋତ୍ସବର ତୃତୀୟ ସଂସ୍କରଣ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହି ଦୁଇ ଦିନିଆ ସାଂସ୍କୃତିକ ମହୋତ୍ସବରେ ପାରମ୍ପରିକ ଖାଦ୍ୟ, ନୃତ୍ୟ-ନାଟକ ପ୍ରଦର୍ଶନ, କାର୍ଯ୍ୟକଳାପ କ୍ଷେତ୍ର ଏବଂ ଉପକୂଳ ସଂସ୍କୃତି ପ୍ରଦର୍ଶିତ ହୋଇଥିଲା । ସମୁଦ୍ରର ସ୍ୱାଦ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅନୁଯାୟୀ, ଶୁକ୍ରବାର କାର୍ଯ୍ୟକ୍ରମର ପ୍ରଥମ ଦିନରେ ୩,୫୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି ଅବସରରେ ଭାଷଣ ଦେଇ ଭେଙ୍କେୟା ନାଇଡୁ କହିଛନ୍ତି ଯେ, ଏହି ମହୋତ୍ସବ ଲାଇଟହାଉସ୍ ପର୍ଯ୍ୟଟନରେ ନୂତନ ଶକ୍ତି ପ୍ରବେଶ କରାଇବ ଏବଂ ପର୍ଯ୍ୟଟନ ଶିଳ୍ପର ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବ । ଏହି ମହୋତ୍ସବରେ ଆଂଚଳିକ ସାଂସ୍କୃତିକ ପ୍ରଦର୍ଶନ, କଳା ଏବଂ ହସ୍ତଶିଳ୍ପ ବଜାର ଏବଂ ଲାଇଟହାଉସ୍ ର ରାତ୍ରି ଆଲୋକୀକରଣ ଭଳି ଆକର୍ଷଣ ଅନ୍ତର୍ଭୁକ୍ତ ହେବ, ଯାହା ସ୍ଥାନୀୟ ଉପକୂଳ ସଂସ୍କୃତିକୁ ପ୍ରୋତ୍ସାହିତ କରିବ ଏବଂ ଆର୍ôଥକ ବିକାଶକୁ ଆଗେଇ ନେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ