
ନୂଆଦିଲ୍ଲୀ, 11 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ସୋମନାଥ ସ୍ୱାଭିମାନ ପର୍ବ
ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଏହି ଅବସରରେ ସେ
ଓଁକାର ଜପରେ ଭାଗ ନେଇଥିଲେ। ତାପରେ ସେ ଡ୍ରୋନ୍ ଶୋ ଦେଖିଥିଲେ। ମନ୍ଦିର ପରିସରରେ ଆୟୋଜିତ ଏହି
ଡ୍ରୋନ୍ ଶୋ’ରେ ସୋମନାଥ ମନ୍ଦିରର ୧୦୦୦ ବର୍ଷର ଐତିହ୍ୟର ଝଲକ ପ୍ରଦର୍ଶିତ
କରାଯାଇଥିଲା।
ଏହି ସମୟରେ ମନ୍ଦିର ପରିସରରେ ଦୂର ଦୂରାନ୍ତରୁ ଆସିଥିବା ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ
କରିଥିଲେ। ଗାୟକ ହଂସରାଜ ରଘୁବଂଶୀ ନିଜ ଭଜନମାନଙ୍କ ମାଧ୍ୟମରେ ପରିବେଶକୁ ଭକ୍ତିମୟ
କରିଦେଇଥିଲେ। ଲୋକମାନେ ତାଙ୍କର ଗୀତରେ ଖୁବ ନାଚିଥିଲେ।
ଶନିବାର ସୋମନାଥ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କର ଉତ୍ସାହ ଓ ସ୍ୱାଗତ
ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ନିଜ ‘ଏକ୍ସ’
ଆକାଉଣ୍ଟରେ ଫଟୋ ସେୟାର କରି କହିଛନ୍ତି ଯେ ସୋମନାଥ ସ୍ୱାଭିମାନ
ପର୍ବର ସୁଅବସରରେ ସୋମନାଥ ମନ୍ଦିର ପରିସରରେ ଭବ୍ୟତା ଓ ଦିବ୍ୟତାରେ ପରିପୂର୍ଣ୍ଣ ଡ୍ରୋନ୍ ଶୋ
ଦେଖିବାର ସୌଭାଗ୍ୟ ମିଳିଲା। ଏହି ଅଦ୍ଭୁତ ଶୋ’ରେ ଆମ ପ୍ରାଚୀନ ଆସ୍ଥା ସହ
ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ସୋମନାଥର ପବିତ୍ର ଧରାରୁ
ଉତ୍ସରିତ ଏହି ପ୍ରକାଶପୁଞ୍ଜ ସମଗ୍ର ବିଶ୍ୱକୁ ଭାରତର ସାଂସ୍କୃତିକ ଶକ୍ତିର ବାର୍ତ୍ତା ଦେଉଛି।
ଦ୍ୱିତୀୟ ଟ୍ୱିଟ୍ରେ ସେ ଓଁକାର ଜାପର ଉଲ୍ଲେଖ କରି କହିଥିଲେ ଯେ ‘ଓଁ’
ଆମ
ବେଦ, ଶାସ୍ତ୍ର, ପୁରାଣ,
ଉପନିଷଦ
ଓ ବେଦାନ୍ତର ସାରତତ୍ତ୍ୱ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା