
ସୋମନାଥ, 11 ଜାନୁଆରି (ହି.ସ.)- ବର୍ଷ ବର୍ଷ ଧରି ବାରମ୍ବାର ହୋଇଥିବା ଆକ୍ରମଣ ସତ୍ତ୍ୱେ ସୋମନାଥ ମନ୍ଦିର ଆଜି
ମଧ୍ୟ ଭାରତର ଅତୁଟ ଆତ୍ମବଳର ପ୍ରତୀକ ଭାବେ ଗର୍ବର ସହିତ ଦଣ୍ଡାୟମାନ ଅଛି। ଏହି ଭାବନାର ଅଦ୍ଭୁତ
ଆଲୋକ ଶନିବାର ବିଳମ୍ବିତ ରାତିରେ ଆରବ ସାଗର ଉପରେ ଆକାଶରେ ଦେଖିବାକୁ ମିଳିଥିଲା। ପ୍ରାୟ ତିନି
ହଜାରରୁ ଅଧିକ ଡ୍ରୋନ୍ର ଅନନ୍ୟ ସମନ୍ୱୟ ମାଧ୍ୟମରେ ସୋମନାଥ ମନ୍ଦିରର ଏକ ହଜାର ବର୍ଷର
ଯାତ୍ରାକୁ ଆକର୍ଷକ ଭାବରେ ପ୍ରସ୍ତୁତ କରାଯାଇଥିଲା।
ଡ୍ରୋନ୍ ଶୋ ଦେଖି ରୋମାଞ୍ଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମନ୍ତ୍ରମୁଗ୍ଧ
ହୋଇଯାଇଥିଲେ। ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଏହି ଆକର୍ଷଣୀୟ ଶୋ’ର ଅନେକ ଫଟୋ ସେୟାର କରିଛନ୍ତି।
ଡ୍ରୋନ୍ ଶୋ ମାଧ୍ୟମରେ ଆରବ ସାଗର ଉପରେ ଆକାଶରେ ଆଲୋକର ଅନନ୍ୟ ସମନ୍ୱୟ ଦ୍ୱାରା ବିଭିନ୍ନ ବିନ୍ଦୁ
ଚିତ୍ର ଓ ରଙ୍ଗିନ ଆକୃତିଗୁଡ଼ିକ ସୃଷ୍ଟି କରାଯାଇଥିଲା। ଆକାଶରେ ଉଦ୍ଭାସିତ ଆଲୋକମୟ
ଦୃଶ୍ୟଗୁଡ଼ିକ ଲୋକମାନଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଥିଲା।
ଡ୍ରୋନ୍ ମାଧ୍ୟମରେ ଆକାଶରେ ସୋମନାଥ ମନ୍ଦିର, ତ୍ରିଶୂଳ,
ଓଁ,
ବୀର
ହାମୀରଜୀ, ଅହିଲ୍ୟାବାଇ ହୋଲ୍କର, ସରଦାର ଭଲ୍ଲଭଭାଇ ପଟେଲ ଓ
ନରେନ୍ଦ୍ର ମୋଦୀଙ୍କ ଆକୃତିଗୁଡ଼ିକ ପ୍ରଦର୍ଶିତ କରାଯାଇଥିଲା। ପ୍ରତ୍ୟେକ ପରିବର୍ତ୍ତିତ ଆକୃତି
ସହିତ ତାଳିର ଗର୍ଜନ ଓ “ହର ହର ମହାଦେବ”
ଧ୍ୱନିରେ
ମନ୍ଦିର ପରିସର ଗୁଞ୍ଜି ଉଠିଥିଲା।
ତାପରେ ରଙ୍ଗବେରଙ୍ଗ ଆତଶବାଜି ଲୋକମାନଙ୍କୁ ଆଉ ଅଧିକ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି
ଅନନ୍ୟ ଆୟୋଜନ ଦ୍ୱାରା ପବିତ୍ର ସୋମନାଥ ଧାମରେ ଉତ୍ସବମୟ ଓ ଆନନ୍ଦ-ଉଲ୍ଲାସର ପରିବେଶ ସୃଷ୍ଟି
ହୋଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର
ପଟେଲ ଏବଂ ରାଜ୍ୟର ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା