ସି.ଆର.ପାଟିଲ କହିଛନ୍ତି, ଭିବି-ଜି ରାମଜୀ ଯୋଜନା ୟୁପିଏ ମଡ଼େଲଠାରୁ ଭିନ୍ନ
ସୁରତ, ୧୦ ଜାନୁଆରି (ହି.ସ.) – କେନ୍ଦ୍ରର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲ କହିଛନ୍ତି ଯେ, ବର୍ତମାନ ସରକାରଙ୍କ ଭିବି-ଜି ରାମଜୀ ଯୋଜନା ସଂଯୁକ୍ତ ପ୍ରଗତିଶୀଳ ମେଂଟ (ୟୁପିଏ) ସରକାରଙ୍କ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଗୁଜରାଟର ସୁରଟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ସି.ଆର.
ସି.ଆର.ପାଟିଲ କହିଛନ୍ତି, ଭିବି-ଜି ରାମଜୀ ଯୋଜନା ୟୁପିଏ ମଡ଼େଲଠାରୁ ଭିନ୍ନ


ସୁରତ, ୧୦ ଜାନୁଆରି (ହି.ସ.) – କେନ୍ଦ୍ରର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲ କହିଛନ୍ତି ଯେ, ବର୍ତମାନ ସରକାରଙ୍କ ଭିବି-ଜି ରାମଜୀ ଯୋଜନା ସଂଯୁକ୍ତ ପ୍ରଗତିଶୀଳ ମେଂଟ (ୟୁପିଏ) ସରକାରଙ୍କ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଗୁଜରାଟର ସୁରଟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ସି.ଆର. ପାଟିଲ କହିଛନ୍ତି ଯେ, ୧୯୮୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ସମାନ ଯୋଜନା ଆରମ୍ଭ କରାଯାଇଥିଲା ।

ରାଜୀବ ଗାନ୍ଧୀ ତା ପରେ ଜବାହରଲାଲ ନେହେରୁ ଯୋଜନା କାର୍ଯ୍ୟକାରୀ କରିଥିଲେ । ୨୦୦୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାର ମନରେଗା ଯୋଜନା ଆରମ୍ଭ କରିଥିଲେ, ଯାହା କେବଳ ଏକ ମଜୁରୀ ଭିତିକ ଯୋଜନା ଥିଲା ଏବଂ ଅନ୍ୟ ପ୍ରକାରର ନିଯୁକ୍ତିକୁ ପ୍ରୋତ୍ସାହିତ କରୁନଥିଲା । ସେ କହିଥିଲେ ଯେ, ମନରେଗା ଅଧିନରେ ଲୋକମାନେ ବର୍ଷକୁ କେବଳ ୧୦୦ ଦିନ ପାଇଁ ନିଯୁକ୍ତି ପାଉଥିଲେ, ଯାହାକି ବର୍ତମାନ ଆରମ୍ଭ ହୋଇଥିବା ବିକଶିତ ଭାରତ – ରୋଜଗାର ଏବଂ ଅଜିବୀକାଙ୍କ ପାଇଁ ଗ୍ୟାରେଂଟି ମିଶନ (ଗ୍ରାମୀଣ) (ବିବି-ଜୀ ରାମ ଜୀ) ଅଧିନରେ ଏହାକୁ ୧୨୫ ଦିନର ନିଯୁକ୍ତି ବୃଦ୍ଧି କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ନୂତନ ଯୋଜନାର ଉଦ୍ଦେଶ୍ୟ କେବଳ ମଜୁରୀ ପ୍ରଦାନ କରିବା ନୁହେଁ ବରଂ ଗ୍ରାମାଂଚଳରେ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଯାହା ଦ୍ୱାରା ଲୋକମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ତାଙ୍କର ଏହି ବୟାନ ପରେ ରାଜନୈତିକ ମହଲରେ ଏହି ଆଲୋଚନା ଜୋର ଧରିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande