ଆତିଶୀ ଭିଡିଓ ମାମଲାରେ ପଞ୍ଜାବ ଡିଜିପି, ଜଳନ୍ଧର କମିଶନର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି
ନୂଆଦିଲ୍ଲୀ, ୧୦ ଜାନୁଆରୀ (ହି.ସ.)- ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଶନିବାର ଘୋଷଣା କରିଛନ୍ତି ଯେ, ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ(ଡିଜିପି), ପୋଲିସ ମହାନିର୍ଦ୍ଦେଶକ (ସାଇବର ସେଲ୍‌) ଏବଂ ଜଳନ୍ଧର କମିଶନରଙ୍କୁ ଏକ ନୋଟିସ ଜାରି କରାଯାଇଛି, ଯେଉଁଥିରେ ବିରୋଧୀ ଦଳ ନେତା ଆତିଶୀଙ୍କ
ଆତିଶୀ ଭିଡିଓ ମାମଲାରେ ପଞ୍ଜାବ ଡିଜିପି, ଜଳନ୍ଧର କମିଶନର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି


ନୂଆଦିଲ୍ଲୀ, ୧୦ ଜାନୁଆରୀ (ହି.ସ.)- ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଶନିବାର ଘୋଷଣା କରିଛନ୍ତି ଯେ, ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ(ଡିଜିପି), ପୋଲିସ ମହାନିର୍ଦ୍ଦେଶକ (ସାଇବର ସେଲ୍‌) ଏବଂ ଜଳନ୍ଧର କମିଶନରଙ୍କୁ ଏକ ନୋଟିସ ଜାରି କରାଯାଇଛି, ଯେଉଁଥିରେ ବିରୋଧୀ ଦଳ ନେତା ଆତିଶୀଙ୍କ ଶିଖ୍ ଗୁରୁମାନଙ୍କ ଉପରେ ମନ୍ତବ୍ୟ ଏବଂ ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ସହିତ ଜଡ଼ିତ ଭିଡିଓ ସମ୍ପର୍କରେ ୪୮ ଘଂଟା ମଧ୍ୟରେ ରିପୋର୍ଟ ମାଗିଛନ୍ତି ।

ବିଜେନ୍ଦର ଗୁପ୍ତା ବିଧାନସଭା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଞ୍ଜାବ ପୋଲିସକୁ ଜାନୁଆରୀ ୧୨ ତାରିଖ ସୁଦ୍ଧା କିମ୍ବା ପୂର୍ବରୁ ଅଭିଯୋଗ, ଏଫଆଇଆର ଏବଂ ଫୋରେନସିକ୍ ଲ୍ୟାବ୍ ରିପୋର୍ଟର ଏକ କପି ସମେତ ପ୍ରାସଙ୍ଗିକ ଦସ୍ତାବିଜ ସହିତ ସମଗ୍ର ମାମଲାରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ କୁହାଯାଇଛି । ଗୁପ୍ତ କହିଛନ୍ତି ଯେ, ଭିଡିଓଟି ଗୃହର ସମ୍ପତି ଏବଂ କେବଳ ଗୃହର ଏହା ଉପରେ ଅଧିକାର ଅଛି । ପଞ୍ଜାବ ପୋଲିସ ଦିଲ୍ଲୀ ବିଧାନସଭାର ବିଶେଷାଧିକାର ଉଲ୍ଲଂଘନ କରିଛି । ଏହି ମାମଲାରେ ସେମାନଙ୍କୁ ଏକ ନୋଟିସ ଜାରି କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଜାନୁଆରୀ ୬ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟର ଏକ ଭିଡିଓ କ୍ଲିପ୍ ସମ୍ପର୍କରେ ଜଳନ୍ଧରରେ ଏକ ଏଫଆଇଆର ରୁଜୁ ହୋଇଛି । ଜାନୁଆରୀ ୯ ତାରିଖରେ ଗୃହ ବୈଠକ ସମୟରେ ଏହି ମାମଲା ବାଚସ୍ପତିଙ୍କ ଦୃଷ୍ଟିକୁ ଆସିଥିଲା । ବିଧାନସଭା ବାଚସ୍ପତି ଗୁପ୍ତା କହିଛନ୍ତି, ଗୃହ ପୂର୍ବରୁ ବିରୋଧୀ ଦଳ ନେତା ଆତିଶୀଙ୍କ ଗୃହରେ ଦେଇଥିବା ବୟାନ ଉପରେ ବିଚାର କରୁଛି, ଯେଉଁଥିରେ ଶିଖ ଗୁରୁମାନଙ୍କ ବିରୁଦ୍ଧରେ କିଛି ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande