
ନୂଆଦିଲ୍ଲୀ, 11 ଜାନୁଆରି (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରୀୟ ସଡ଼କ ଓ
ପରିବହନ ମନ୍ତ୍ରୀ ନିତିନ ଗଡକରୀ ସହିତ ଅନେକ ମନ୍ତ୍ରୀ ଓ ବିଜେପି ନେତାମାନେ ଆଜି ପୂର୍ବତନ
ପ୍ରଧାନମନ୍ତ୍ରୀ ଓ ‘ଭାରତ ରତ୍ନ’ ଲାଲ ବହାଦୁର ଶାସ୍ତ୍ରୀଙ୍କ ପୁଣ୍ୟତିଥିରେ
ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଅମିତ ଶାହ ଏକ୍ସରେ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ‘ଭାରତ ରତ୍ନ’
ଲାଲ
ବହାଦୁର ଶାସ୍ତ୍ରୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି-କୋଟି ପ୍ରଣାମ। ସଙ୍କଟ ସମୟରେ ‘ଜୟ ଯବାନ,
ଜୟ
କିସାନ’ ଘୋଷଣା କରି ଶାସ୍ତ୍ରୀ ଜୀ ଦେଶର ସ୍ୱାବଲମ୍ବନ ଓ ସୁରକ୍ଷାର ସୁନ୍ଦର
ସମନ୍ୱୟ ସୃଷ୍ଟି କରିଥିଲେ। ତାଙ୍କର ନିରାଡମ୍ବର ସରଳ ଜୀବନ ପ୍ରତ୍ୟେକ ସମାଜସେବୀଙ୍କ ପାଇଁ
ପ୍ରେରଣା ଅଟେ।”
ନିତିନ ଗଡକରୀ କହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ,
‘ଜୟ ଯବାନ
ଜୟ କିସାନ’ର ପ୍ରଣେତା, ଭାରତ ରତ୍ନ ଲାଲ ବହାଦୁର ଶାସ୍ତ୍ରୀଙ୍କ ପୁଣ୍ୟତିଥିରେ
ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ରାଷ୍ଟ୍ର
ସେବା ଓ ସମାଜର ଦୁର୍ବଳ ବର୍ଗର ଉନ୍ନତି ପାଇଁ ସମର୍ପିତ ଆପଣଙ୍କର ଲକ୍ଷ୍ୟନିଷ୍ଠ ଜୀବନ ସମସ୍ତଙ୍କ
ପାଇଁ ପ୍ରେରଣାର ଏକ ମହାନ ସ୍ରୋତ ଅଟେ।
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଲାଲ ବହାଦୁର ଶାସ୍ତ୍ରୀ ନୈତିକତା,
ନିରାଡମ୍ବରତା
ଓ ରାଷ୍ଟ୍ରନିଷ୍ଠାର ଜୀବନ୍ତ ଉଦାହରଣ ଥିଲେ। ସୀମିତ ସାଧନ ମଧ୍ୟରେ ମଧ୍ୟ ଦେଶକୁ ଆତ୍ମବିଶ୍ୱାସ ଓ
ସଙ୍କଳ୍ପର ଶକ୍ତି ଦେଇଥିବା ଶାସ୍ତ୍ରୀଜୀଙ୍କ ଜୀବନ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ପ୍ରେରଣାର
ଉତ୍ସ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା