କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
ତିରୁଅନନ୍ତପୁରମ, ୧୧ ଜାନୁଆରି (ହି.ସ.) – କେରଳ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପ୍ରତିଶ୍ରୁତିକୁ ଜୋରଦାର କରିଛନ୍ତି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ତିରୁଅନନ୍ତପୁରମରେ ପହଂଚି ନିର୍ବାଚନ ରଣନୀତି
କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା


ତିରୁଅନନ୍ତପୁରମ, ୧୧ ଜାନୁଆରି (ହି.ସ.) – କେରଳ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପ୍ରତିଶ୍ରୁତିକୁ ଜୋରଦାର କରିଛନ୍ତି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ତିରୁଅନନ୍ତପୁରମରେ ପହଂଚି ନିର୍ବାଚନ ରଣନୀତି ଉପରେ ବିଚାର ମିମର୍ଷ କରିବା ପାଇଁ ଦଳୀୟ ନେତାମାନଙ୍କ ସହିତ ବୈଠକ କରିଥିଲେ । ତାଙ୍କର ଏହି ଗସ୍ତକୁ କେରଳରେ ୨୦୨୬ ବିଧନସଭା ନିର୍ବାଚନ ପ୍ରଚାରର ଆନୁଷ୍ଠାନିକ ଆରମ୍ଭ ଭାବରେ ଦେଖାଯାଉଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ଭାରତୀୟ ଜନତାପାର୍ଟି (ବିଜେପି) ଏବଂ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ର ଜନପ୍ରତିନିଧିଙ୍କ ସହ ଏକ ବୈଠକରେ ଦାବି କରିଛନ୍ତି ଯେ, ୨୦୨୬ ମସିହାରେ କେରଳର ରାଜନୀତିରେ ଏକ ବଡ଼ ପରିବର୍ତନ ଆସିବ ଏବଂ ରାଜ୍ୟକୁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ମିଳିବ । ସେ କହିଛନ୍ତି ଯେ, ସଦ୍ୟ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ତିରୁଅନନ୍ତପୁରମ ନଗର ନିଗମରେ ବିଜେପିର ଐତିହାସିକ ବିଜୟ ଏକ ସ୍ପଷ୍ଟ ସୂଚକ ଯେ, କେରଳ ପରିବର୍ତନ ଆଡ଼କୁ ଅଗ୍ରସର ହେଉଛି । ସେ ଏବେ କେରଳର ପାଳି ସ୍ଲୋଗାନ ଦେଇ ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande