ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ରୁଦ୍ରାଭିଷେକ କରି ଜନକଲ୍ୟାଣ କାମନା କଲେ ପିଏମ ମୋଦି
ସୋମନାଥ, 11 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରରେ ସମ୍ପୂର୍ଣ୍ଣ ବିଧି-ବିଧାନ ସହ ପୂଜା-ଅର୍ଚ୍ଚନା କରିଛନ୍ତି । ଏହି ସମୟରେ ସେ ରୁଦ୍ରାଭିଷେକ କରି ଜନକଲ୍ୟାଣର କାମନା କରିଥିଲେ। ଏହା ସହିତ ଦେଶର ୧୨ଟି ଜ୍ୟ
ପିଏମ ମୋଦି


ସୋମନାଥ, 11 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ

ମନ୍ଦିରରେ ସମ୍ପୂର୍ଣ୍ଣ ବିଧି-ବିଧାନ ସହ ପୂଜା-ଅର୍ଚ୍ଚନା କରିଛନ୍ତି । ଏହି ସମୟରେ ସେ

ରୁଦ୍ରାଭିଷେକ କରି ଜନକଲ୍ୟାଣର କାମନା କରିଥିଲେ। ଏହା ସହିତ ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗର

ପ୍ରତିନିଧିମାନେ ବେଦିକ ମନ୍ତ୍ରୋଚ୍ଚାରଣ କରିଥିଲେ। ପ୍ରାୟ ଚାଳିଶ ମିନିଟ୍‌ ଧରି ପୂଜାରେ

ଅଂଶଗ୍ରହଣ କରିବା ପରେ ସେ ମନ୍ଦିର ପ୍ରାଙ୍ଗଣରେ ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ

ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶନିବାରର କାର୍ଯ୍ୟକ୍ରମର ଏକ ଭିଡିଓ ନିଜ ‘ଏକ୍ସ’

ହ୍ୟାଣ୍ଡଲ୍‌ରେ ସେୟାର କରି କହିଥିଲେ ଯେ ସୋମନାଥ ଶାଶ୍ୱତ ଦିବ୍ୟତାର

ଏକ ପ୍ରକାଶସ୍ତମ୍ଭ ଭାବେ ଦଣ୍ଡାୟମାନ ଅଛି। ଏହାର ପାବନ ଉପସ୍ଥିତି ପିଢ଼ି ପରେ ପିଢ଼ି ଲୋକମାନଙ୍କୁ

ପଥପ୍ରଦର୍ଶନ କରିଆସୁଛି। କାଲିର କାର୍ଯ୍ୟକ୍ରମଗୁଡ଼ିକର କିଛି ଝଲକ ଏଠାରେ ଦିଆଯାଇଛି,

ଯେଉଁଥିରେ

ଓଁକାର ମନ୍ତ୍ରର ଜାପ ଏବଂ ଡ୍ରୋନ୍ ଶୋ ସାମିଲ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande