
ସୋମନାଥ, 11 ଜାନୁଆରି (ହି.ସ.)- ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ
ମହାଦେବଙ୍କ ସାନିଧ୍ୟରେ ଆୟୋଜିତ ‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ କରିବା ପାଇଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମନାଥ ଗସ୍ତରେ ଅଛନ୍ତି। ଆଜି ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ
ମୋଦୀ ବିଶେଷ ପୂଜା-ଅର୍ଚ୍ଚନା ପରେ ଭବ୍ୟ ରୋଡ୍ ଶୋ, ଅର୍ଥାତ୍ ୧୦୮ ଟି ଅଶ୍ୱ ସହ
ଆୟୋଜିତ ଶୌର୍ଯ୍ୟ ଯାତ୍ରାରେ ଅଂଶ ନେଇଥିଲେ। ପ୍ରଧାନମନ୍ତ୍ରୀ ଆଜି ରାଜକୋଟ ଏବଂ ଗାନ୍ଧୀନଗରର
କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଭାଗ ନେବେ।
ଔପଚାରିକ ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସକାଳେ ସର୍କିଟ୍
ହାଉସରୁ ସୋମନାଥ ମନ୍ଦିରକୁ ପହଞ୍ଚିଥିଲେ। ସେ ପ୍ରାୟ ୩୫ ମିନିଟ୍ ଧରି ସୋମନାଥ ମହାଦେବଙ୍କ
ପୂଜା-ଅର୍ଚ୍ଚନା କରିଥିଲେ। ତାପରେ ସେ ଶଙ୍ଖ ସର୍କଲରେ ପହଞ୍ଚି ଏକ କିଲୋମିଟର ଲମ୍ବା ଶୌର୍ଯ୍ୟ
ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ସେଠାରୁ ସଦ୍ଭାବନା ଗ୍ରାଉଣ୍ଡ୍ ଅବସ୍ଥିତ ସଭାସ୍ଥଳକୁ
ପହଞ୍ଚିଥିଲେ।
୧୦୮ ଜଣ ପ୍ରଶିକ୍ଷିତ ଅଶ୍ୱ ସହ ଆୟୋଜିତ ଏହି ଶୌର୍ଯ୍ୟ ଯାତ୍ରା ଭାରତର ପରାକ୍ରମ,
ପରମ୍ପରା
ଓ ସଂସ୍କୃତିର ଭବ୍ୟ ପ୍ରତୀକ ଅଟେ। ଏହି ଯାତ୍ରା ସୋମନାଥର ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଯୋଗ
କରିଛି।
ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପ୍ରହର ୧୨ଟା ୪୫ ମିନିଟ୍ରେ ସୋମନାଥରୁ ରାଜକୋଟ ପାଇଁ
ପ୍ରସ୍ଥାନ କରିବେ। ରାଜକୋଟରେ ସେ ମାରୱାଡ଼ୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସୌରାଷ୍ଟ୍ର-କଚ୍ଛ
ଭାଇବ୍ରାଣ୍ଟ ସମିଟ୍ର ଉଦ୍ଘାଟନ କରିବେ। ତାପରେ ସେ ଅହମଦାବାଦ ପାଇଁ ପ୍ରସ୍ଥାନ କରିବେ। ଅହମଦାବାଦ
ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସଡ଼କ ମାର୍ଗରେ ଗାନ୍ଧୀନଗର ଯିବେ। ଗାନ୍ଧୀନଗରରେ ସନ୍ଧ୍ୟା ୫ଟା
୧୫ ମିନିଟ୍ରେ ମହାତ୍ମା ଗାନ୍ଧୀ ମେଟ୍ରୋ ଷ୍ଟେସନର ଉଦ୍ଘାଟନ କରିବେ ଏବଂ ରାତିରେ ରାଜଭବନରେ
ବିଶ୍ରାମ କରିବେ।
କଡା ସୁରକ୍ଷା ବ୍ୟବସ୍ଥା
ସୋମନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଇଛି। ସୋମନାଥର
ପୋଲିସ ଅଧୀକ୍ଷକ ଜୟଦୀପ ସିଂହ ଜାଡେଜା ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ
କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜଳ, ସ୍ଳ ଓ ଆକାଶ—ତିନୋଟି ସ୍ତରରେ ସୁରକ୍ଷା
ବ୍ୟବସ୍ଥା କରାଯାଇଛି। ୨,୦୦୦ ରୁ ଅଧିକ ପୋଲିସ କର୍ମଚାରୀ ନିଯୁକ୍ତ
କରାଯାଇଛନ୍ତି। ଏହା ସହ ୨୦ ରୁ ଅଧିକ ଆଇପିଏସ୍ ମର୍ଯ୍ୟାଦାର ଅଧିକାରୀ,
ବିଭିନ୍ନ
ଇନ୍ସପେକ୍ଟର ଓ ଏସଆଇ ଅଧିକାରୀମାନଙ୍କୁ ମଧ୍ୟ ଡ୍ୟୁଟିରେ ନିଯୁକ୍ତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା