୧୯୯୫ ମସିହା ମାଟ୍ରିକ୍ ବ୍ୟାଚ ବନ୍ଧୁ ମିଳନ ଉତ୍ସବ
ଧର୍ମଶାଳା,୧୩ ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଳଦେବଜୀଉ ବିଦ୍ୟାପୀଠର ୧୯୯୫ ମସିହା ମାଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଡଚଣା ବ୍ଲକସ୍ଥ ଭୁଷୁଣ୍ଡପୁର ପାର୍କ ପରିସରରେ
୧୯୯୫ ମସିହା ମାଟ୍ରିକ୍ ବ୍ୟାଚ ବନ୍ଧୁ ମିଳନ ଉତ୍ସବ


ଧର୍ମଶାଳା,୧୩ ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଳଦେବଜୀଉ ବିଦ୍ୟାପୀଠର ୧୯୯୫ ମସିହା ମାଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଡଚଣା ବ୍ଲକସ୍ଥ ଭୁଷୁଣ୍ଡପୁର ପାର୍କ ପରିସରରେ ପୁରାତନ ଛାତ୍ର ସଭାପତି ଅମ୍ଲାନ ପାଣିଗ୍ରାହୀ ଓ ସମ୍ପାଦିକା ଅରୁନଧୋତି ପ୍ରାଣିଗ୍ରାହୀଙ୍କ ତତ୍ୱବଧାନରେ ଏହି ବନ୍ଧୁ ମିଳନର ଆୟୋଜନ କରାଯାଇ ଥିଲା । ପାଖାପାଖି ୨୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ । ନଳିନୀ ପାଣିଗ୍ରାହୀ,ମନୋରମା ପାଣିଗ୍ରାହୀ, ତୁଷାର ମିଶ୍ର, ସୁନିଲ ନନ୍ଦ,ସୁଧାକର ରଣା, ନିରଞ୍ଜନ ମଲ୍ଲିକ, ବାସୁଦେବ ପଣ୍ଡା, କୁଳମଣୀ ସାହୁ, ନିରଞ୍ଜନ ମହାରଣା, ସନ୍ତୋଷ ସାହୁ, ଶ୍ୟାମସୁନ୍ଦର ବେହେରା, ସନ୍ତୋଷ ତରାଇ, ବିଜୟ ମଲ୍ଲିକ, ପ୍ରକାଶ ମିଶ୍ର, ରୁଦ୍ର ନାରାୟଣ ତରାଇ ଓ ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗ ଦେଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande