ଗାନ୍ଧୀ ବାଳାଶ୍ରମ ଅନ୍ତେବାସୀଙ୍କ ବାର୍ଷିକ ପରିଭ୍ରମଣ
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଆଦେଶ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷ ଗାନ୍ଧୀ ବାଳାଶ୍ରମର ୯୩ ଜଣ ଅନ୍ତେବାସୀ ଏକ ଦିବସୀୟ ପରିଭ୍ରମଣ କରିଛନ୍ତି । ଅନ୍ତେବାସୀ ମାନେ ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱର, ନୀଳଗିରି
GANDHI BALASHRAM ANTEBASI BARSIKA BHRAMAN


ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଆଦେଶ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷ ଗାନ୍ଧୀ ବାଳାଶ୍ରମର ୯୩ ଜଣ ଅନ୍ତେବାସୀ ଏକ ଦିବସୀୟ ପରିଭ୍ରମଣ କରିଛନ୍ତି । ଅନ୍ତେବାସୀ ମାନେ ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱର, ନୀଳଗିରି ଜଗନ୍ନାଥ ମନ୍ଦିର, ରାଜବାଟି, ଇମାମୀ ଜଗନ୍ନାଥ ମନ୍ଦିର, ଚାନ୍ଦିପୁର ବେଳାଭୂମି ଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ । ବାଲେଶ୍ୱରସ୍ଥିତ ରାମେଶ୍ୱର ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଅନୁଷ୍ଠାନ ତରଫରୁ ସମ୍ପାଦକ ଅଶୋକ କୁମାର ଦାସ, ଝରଣା ଦାସ, ତଥାଗତ ଜେନା, ସସ୍ମିତା ନାୟକ, ରାଜଶ୍ରୀ ପଢ଼ିଆରୀ ନିରଞ୍ଜନ ନାୟକ, ରାଜେଶ କୁମାର ମୋହିନୀ, ଚନ୍ଦନ ସାହୁ, ସୌମ୍ୟରଞ୍ଜନ ଦାସ, ନିରଞ୍ଜନ ରାଉତ, ଝୁନୁଲତା ରାଉତଙ୍କ ସମେତ ମୋଟ ୧୦ ଜଣ କର୍ମଚାରୀ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande