
ଜୟପୁର,୧୩ ଜାନୁଆରି (ହି.ସ.) - ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜୟପୁର ନଗର ୟୁନିଟ ତରଫରୁ ନଗର ସଭାପତି ସଦାଶିବ ତ୍ରିପାଠୀ ଙ୍କ ମାର୍ଗଦର୍ଶନ ଓ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ କ୍ୟାମ୍ପସ ରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଜନ୍ମ ଜୟନ୍ତୀ ପାଳନ କରାଗଲା। ଉକ୍ତ ଅବସର ରେ କଲେଜ ର ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଙ୍କୁ ନେଇ ବିଶ୍ୱବିଦ୍ୟାଳୟ ରୁ ମୁଖ୍ୟ ରାସ୍ତା ଦେଇ ରାଜନଗର ଛକ ଯାଏଁ ଏକ ମିନି ମାରାଥନ ଆୟୋଜିତ କରାଯାଇଥିଲା।
ରାଜନଗର ଛକ ରେ ଏକ ସଭା ମଂଚର ଆୟୋଜନ କରାଯାଇଥିଲା ଯେଉଁଥିରେ ଏବିଭିପି ପଶ୍ଚିମ ପ୍ରାନ୍ତ ର ସମ୍ପାଦକ ଶ୍ୱେତାଂଶୁ ବରାଇ ଭାଇ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇଥିଲେ।ଏଥିରେ ସମ୍ମାନୀୟ ଅତିଥି ଭାବେ ନଗର ସଭାପତି ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ କୋରାପୁଟ ଜିଲ୍ଲା ସଂଯୋଜକ ସୁରଜ୍ ବାହିନୀପତି ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଭାଷଣ ମାଧ୍ୟମ ରେ ଅନୁପ୍ରାଣିତ କରିଥିଲେ। ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ପ୍ରମାଣ ପତ୍ର ସହ ଏବିଭିପି ଲୋଗୋ ଥାଇ ଟି ସାର୍ଟ ପ୍ରଦାନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ବିଭାଗ ସଂଗଠନ ସମ୍ପାଦକ ଦିବ୍ୟ ଜ୍ୟୋତି ନନ୍ଦ, ମନୋଜ ସାହୁ ,ଭବାନୀ ବାଡ଼ତ୍ୟା,ସ୍ୱପ୍ନେଶ୍ୱର ଜେନା , ଅକ୍ଷୟ ଭାଇ,ଜଗନ୍ନାଥ ଖରା,ପର୍ଶୁରାମ ଗୋଲାରୀ, ଭଗତ ରାମ ଭତ୍ରା,ଜଗଦୀଶ ଦୋରା,ଚନ୍ଦ୍ର ସୀସା ,ଜିତେନ୍ଦ୍ର ଭାଇ,ଲିସା ମହାପାତ୍ର,ଟି ପ୍ରତୀକ,ଦୀପକ ଦୋରା.... ବିଶେଷ ଭାବେ ଆଶୀର୍ବାଦ ତ୍ରିପାଠୀ, ଲଳିତ ଅଗ୍ରୱାଲ , ଦୁର୍ଗା ପ୍ରସାଦ ପଣ୍ଡା,ବ୍ରଜବନ୍ଧୁ ନନ୍ଦ, ସ୍ୱଦେଶୀ ଜାଗରଣ ମଂଚ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ,ବିଶ୍ୱ ହିନ୍ଦୁ ପରିଷଦ , ହିନ୍ଦୁ ସମାଜ ଓ ଏନସିସି କ୍ୟାଡେଟଙ୍କ ବିଶେଷ ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି