ସ୍କୁଟିକୁ ଧକ୍କା ଦେଲା ପିକଅପ ଭ୍ୟାନ,୪ ଜଣ ଆହତ
ନୂଆପଡ଼ା, ୧୩ ଜାନୁଆରି (ହି.ସ.) - ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବିଜେପୁର ଗ୍ରାମ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଖଡ଼ିଆଳ ପୋଲିସ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ସୂଚନା ଅନୁସାରେ ଆଜି ୩ ଟା ସମୟର
Accident


ନୂଆପଡ଼ା, ୧୩ ଜାନୁଆରି (ହି.ସ.) - ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବିଜେପୁର ଗ୍ରାମ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଖଡ଼ିଆଳ ପୋଲିସ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ସୂଚନା ଅନୁସାରେ ଆଜି ୩ ଟା ସମୟରେ ବିଜେପୁର ଗ୍ରାମ ନିକଟରେ ଦୃତ ଗତିରେ ଆସିଥିବା ପିକଅପ ଭ୍ୟାନ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଯାହାଫଳରେ ୪ ଜଣ ଛୋଟ ନାବାଳକଙ୍କୁ ନେଇ ଯାଇଥିଲେ। ଯାହାଫଳରେ ୪ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ସମସ୍ତେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି। ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତି କରିଛନ୍ତି। ପୋଲିସ ଉଭୟ ସ୍କୁଟି ଓ ପିକଅପ ଭ୍ୟାନକୁ ଜବତ କରିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande