

ବଲାଙ୍ଗିର, ୧୩ ଜାନୁଆରୀ (ହି.ସ.)- ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଧିଆପାଲିର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲୀଳାବତୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବ୍ଲକର ବିଇଓ ନୀଳମଣି ପଟେଲ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଦିଗାମ୍ବର ନାଏକ, ସ୍ଥାନୀୟ ସରପଞ୍ଚ ଶୁକ୍ରୁ ମହାନନ୍ଦ ଓ ବିଦ୍ୟାଳୟର ଆଲୁମିନି ପ୍ରେସିଡେଣ୍ଟ ଶୁଭ୍ରାଂଶୁ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିବିଧ ଉପଦେଶ ଦେଇ ସମସ୍ତଙ୍କୁ କୃତକୃତ୍ୟ କରିଥିଲେ। ସଭାରେ ବାର୍ଷିକ ବିବରଣୀ ପାଠ କଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ପରେ ପରେ ବିବିଧ ପ୍ରତିଯୋଗୀତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ଓ ପିଲାଙ୍କ ଦ୍ବାରା ଚାତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଥିଲା।
ଏହି ଅବସରରେ ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ପାଚିକା ଶ୍ରୀମତୀ ବୋଦୋ ଚନ୍ଦନଙ୍କୁ ସମ୍ବର୍ଦ୍ଧନା ଦିଆଗଲା। ଉତ୍ସବରେ ସାହାଯ୍ୟ ସହଯୋଗ କରିଥିଲେ ଡଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୁଚିସ୍ମିତା ମିଶ୍ର, ବିନୋଦ ମଞ୍ଜରୀ ମିଶ୍ର, ତନୁଜା ଭୋଇ, ସସ୍ମିତା ମିଶ୍ର, ଜ୍ୟୋତ୍ସ୍ନାମୟୀ ନାଗ ଏବଂ ରିଙ୍କି ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ସଭା ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଝରଣା ସାହୁ ଓ ଶୁଭଶ୍ରୀ ଦାଶ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଅଲିଭା କଠାର।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ