ଭଦ୍ରକ ଜିଲା ବ୍ୟାଡମିଂଟନ ଖେଳାଳୀ ଓ ଖେଳ ସଂଗଠକଙ୍କ ପକ୍ଷରୁ ବିକ୍ଷୋଭ
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଆଜି ଭଦ୍ରକ ଜିଲ୍ଲା ବେଡମିଟନ ଖେଳାଳୀ ଓ ଖେଳ ସଂଗଠକ ମାନେ ବେଡମିଟନ ଆସୋସିଏସନ୍‌ରେ ହୋଇଥିବା କ୍ଷଡଯନ୍ତ୍ର ଓ ରାଜ୍ୟ ବେଡମିଟନ ଆସୋସିଏସନ୍‌ର ଭଦ୍ରକ ଜିଲ୍ଲା ପ୍ରତି କରାଯାଇଥିବା ବୈମାତୃକ ମନୋଭାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାରୁ ପ୍ରକାଶ ଦୀର୍ଘ ୨୦
BADMINTON KHELALI BIKHYOBHA


ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଆଜି ଭଦ୍ରକ ଜିଲ୍ଲା ବେଡମିଟନ ଖେଳାଳୀ ଓ ଖେଳ ସଂଗଠକ ମାନେ ବେଡମିଟନ ଆସୋସିଏସନ୍‌ରେ ହୋଇଥିବା କ୍ଷଡଯନ୍ତ୍ର ଓ ରାଜ୍ୟ ବେଡମିଟନ ଆସୋସିଏସନ୍‌ର ଭଦ୍ରକ ଜିଲ୍ଲା ପ୍ରତି କରାଯାଇଥିବା ବୈମାତୃକ ମନୋଭାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାରୁ ପ୍ରକାଶ ଦୀର୍ଘ ୨୦ ବର୍ଷ ଧରି ଜିଲ୍ଲା ବେଡମିଟନ ପ୍ରତିଷ୍ଠା କରି ଖେଳାଳି ମାନଙ୍କୁ ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ବହୁ ଅର୍ଥ ବିନିଯୋଗ କରିସାରି ଥିଲେ ମଧ ଭ୍ରଷ୍ଟାଚାରରେ ଲିପ୍ତ ଜନୈକ ବ୍ୟକ୍ତି ରାତାରାତି ନୂତନ ଆସୋସିଏସନ୍ ତିଆରି କରି ଆଫିଲେଟକୁ ହାଇଯାକ କରିଦେଇଥିବାର ଅଭିଯୋଗ କରିଛନ୍ତି ଭଦ୍ରକ ଜିଲା ବ୍ୟାଡମିଂଟନ ଆସୋସିଏସନ୍‌ର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ର। ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ମୂଳେ ତାଙ୍କ ଆସୋସିଏସନ୍‌ରେ ଥିବା କୋଷାଧ୍ୟକ୍ଷ ସମିର ଦାସ ଜାଲ ଦସ୍ତଖତ କରି ସଂଘର ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିଲେ ମଧ୍ୟ ରାତାରାତି ଅନ୍ୟ ଏକ ଆସୋସିଏସନ୍ ତିଆରି କରି ଖେଳ ଖେଳାଳି ମାନଙ୍କୁ ବିଭ୍ରାନ୍ତ କରିଛନ୍ତି, ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଖେଳରେ ସ୍ୱଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଭ୍ରଷ୍ଟାଚାରୀ ଲୋକ ମାନେ କିପରି ଖେଳ ସଂଗଠନ ଗୁଡିକୁ ପ୍ରଭାବିତ କରିପାରୁଛି ତାହାର ଏହା ଏକ ଦୃଷ୍ଟାନ୍ତ ବୋଲି ଶ୍ରୀ ରାୟ ମହାପାତ୍ର ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସଭାପତି ଶ୍ରୀ ରାୟ ମହାପାତ୍ରଙ୍କ ସମେତ ସଂପାଦକ ସୁଶୀଲ ନାୟକ, ଯୁଗ୍ମ ସଂପାଦକ ଅଶୋକ ସାହୁ ଓ ପ୍ରିୟାଂଶୁ ଶେଖର ମଲ୍ଲିକ ପ୍ରମୁଖ ଆଜି ସନ୍ଧ୍ୟାରେ ଜିଲାପାଳଙ୍କୁ ଭେଟି ଅଭିଯୋଗ ଗୁଡିକର ଆମୂଳ ଚୂଳ ତଦନ୍ତ ନ ହେଲେ ଆସନ୍ତା କାଲି ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande