ବଲାଙ୍ଗିର ସରକାରି ମହିଳା ମହାବିଦ୍ୟାଳୟ ର  ୬୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ :
ବଲାଙ୍ଗିର, 13 ଜାନୁଆରି (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ଛାତ୍ରୀସଂସଦର ୬୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିତ୍ରାଭିନେତା ରତନ ମେହେର, ସମ୍ମାନିତ ଅତିଥି ଭାବରେ ବାଲୁକାଶିଳ୍ପୀ ଓ଼ମପ୍ରକାଶ ସାହୁ ତଥା ମୁଖ୍ୟବକ୍ତା ଭାବରେ
ବଲାଙ୍ଗିର ସରକାରି ମହିଳା ମହାବିଦ୍ୟାଳୟ ର  ୬୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ :


ବଲାଙ୍ଗିର, 13 ଜାନୁଆରି (ହି.ସ.)

ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ଛାତ୍ରୀସଂସଦର ୬୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିତ୍ରାଭିନେତା ରତନ ମେହେର, ସମ୍ମାନିତ ଅତିଥି ଭାବରେ ବାଲୁକାଶିଳ୍ପୀ ଓ଼ମପ୍ରକାଶ ସାହୁ ତଥା ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀକାନ୍ତ ଚାଟାର୍ଜୀ ପ୍ରଭୃତି ଯୋଗଦେଇଥିଲେ I ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀସଂସଦ ଉପଦେଷ୍ଟା ଡ଼ଃ ସଦାଶିବ ମଲ୍ଲିକ, ବିଭୁତି ଭୂଷଣ ସାହୁ, ଡ଼ଃ ଅନୁରାଧା ମିଶ୍ର ତଥା ଛାତ୍ରୀ ଶ୍ରଦ୍ଧାଞ୍ଜଳୀ ମିଶ୍ର, ଲବଳି ପଟେଲ, ସୌମ୍ୟାରାଣୀ କର୍ଣ୍ଣ ପ୍ରଭୃତି ମଞ୍ଚାସିନ ଥିଲେ I ପ୍ରାରମ୍ଭରେ ଛାତ୍ରୀମାନେ ସମବେତ ସଙ୍ଗୀତ ଗାନକରିଥିବାବେଳେ ଅଧ୍ୟକ୍ଷ ଓଝା ସ୍ୱାଗତ ସମ୍ଭାଷଣ ରଖିଥିଲେ I ନିମନ୍ତ୍ରିତ ଅତିଥିମାନେ ଭବିଷ୍ୟତ ଗଠନ ନେଇ ଦୃଢ଼ସଂକଳ୍ପ ତଥା ଆତ୍ମବିଶ୍ୱାସୀ ହେବାକୁ ଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ I ଅପରାହ୍ନରେ ଛାତ୍ରୀମାନଙ୍କୁ ନେଇ ଏକାଧିକ ସଙ୍ଗୀତ ଓ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା I ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ / ଅଧ୍ୟାପିକା ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande