ବିସର୍ପ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଂଜାମ, 13 ଜାନୁଆରୀ(ହି.ସ) ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଏକଜିମା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଅଧିକ ଲବଣ, ଅମ୍ଳ, ଆମିଷ, ବାସି ଖାଦ୍ୟ,ମିଠା ଖାଇଲେ, ଗୁହାଳ, ନାଳ, ନର୍ଦ୍ଦମା ଓ ଆଘା
ବିସର୍ପ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ଗଂଜାମ, 13 ଜାନୁଆରୀ(ହି.ସ) ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଏକଜିମା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଅଧିକ ଲବଣ, ଅମ୍ଳ, ଆମିଷ, ବାସି ଖାଦ୍ୟ,ମିଠା ଖାଇଲେ, ଗୁହାଳ, ନାଳ, ନର୍ଦ୍ଦମା ଓ ଆଘାତ ଲାଗି ସଂକ୍ରମିତ ହେଲେ ବିଶେଷତଃ ଗୋଡ ହାତରେ ବିସର୍ପ ରୋଗ ହୁଏ। କାରଣ ଗୁଡିକୁ ଛାଡି ଅଧିକ ଦିନ ନିମ୍ବ ପଞ୍ଚାଙ୍ଗ ସିଝାଇ କିମ୍ବା ଚୂର୍ଣ୍ଣ ଖାଇଲେ ଓ ହଳଦୀ, କାସମର୍ଦ ପତ୍ର, ନିମ୍ବ ପତ୍ର ବାଟି ଲଗାଇଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande