ବ୍ରହ୍ମପୁର ମହୋତ୍ସବକୁ ଅତି ଆକର୍ଷଣୀୟ କରାଯିବ
ଗଂଜାମ, 13 ଜାନୁଆରି (ହି.ସ.) ଦକ୍ଷିଣ ଓଡ଼ିଶାର ଅନ୍ୟତମ ବିଶାଳ ସାଂସ୍କୃତିକ ଉତ୍ସବ ବ୍ରହ୍ମପୁର ମହୋତ୍ସବ -୨୦୨୬ ଆସନ୍ତା ଫେବୃୟାରୀ ୬ ରୁ ୧୨ ସ୍ଥାନୀୟ ଇଞ୍ଜିନିୟରିଂ ଖେଳ ପଡିଆରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବିଧାୟକ ତଥା ବ୍ରହ୍ମପୁର ମହୋତ୍ସବ କମିଟି ଅଧ୍ୟକ
ବିଧାୟକ କେ ଅନ ଲ


ଗଂଜାମ, 13 ଜାନୁଆରି (ହି.ସ.)

ଦକ୍ଷିଣ ଓଡ଼ିଶାର ଅନ୍ୟତମ ବିଶାଳ ସାଂସ୍କୃତିକ ଉତ୍ସବ ବ୍ରହ୍ମପୁର ମହୋତ୍ସବ -୨୦୨୬ ଆସନ୍ତା ଫେବୃୟାରୀ ୬ ରୁ ୧୨ ସ୍ଥାନୀୟ ଇଞ୍ଜିନିୟରିଂ ଖେଳ ପଡିଆରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ବିଧାୟକ ତଥା ବ୍ରହ୍ମପୁର ମହୋତ୍ସବ କମିଟି ଅଧ୍ୟକ୍ଷ ଶ୍ରୀ କେ ଅନୀଲ କୁମାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଯାଇଅଛି। ମହୋତ୍ସବକୁ ପୂର୍ବ ବର୍ଷ ଠାରୁ ଆହୁରି ସଫଳ କରିବା ସହ ଏକ ଆକର୍ଷଣୀୟ ମହୋତ୍ସବ କରିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ବିଧାୟକ କେ ଅନୀଲ କୁମାର ମତବ୍ୟକ୍ତ କରିଥିଲେ। ମହୋତ୍ସବରେ ବିଭିନ୍ନ କିସମର ସରକାରୀ ,ବେସରକାରୀ ଷ୍ଟଲ ସହ , ପ୍ରତ୍ୟେକ ଦିନ ଆଲୋଚନା ଚକ୍ର, ରାଜ୍ୟ ଓ ଜିଲ୍ଲା ସାଂସ୍କୃତିକ ବିଭାଗ ଦ୍ଵାରା ପ୍ରେରିତ ସାଂସ୍କୃତିକ ଦଳ ସହ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ବକ୍ସିଂ, ବଡି ବିଲ୍ଡ଼ିଙ୍ଗି ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ନିଷ୍ପତି ହୋଇଛି। ମହାନ୍ ସଂଘ ସଭାପତି,ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରାରମ୍ଭିକ ସୂଚନା ଦେବାସହ ମହୋତ୍ସବ ସଫଳ ନିମନ୍ତେ ସମସ୍ତ ଙ୍କ ସହୋଯୋଗ କାମନା କରିଥିଲେ। ପ୍ରଭାକର ସାହୁ, , ଡ . ସନ୍ଧ୍ୟାରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାବତ, ଶ୍ରୀ ଲକ୍ଷ୍ମନାରାୟଣ ନାୟକ, ଡ. ଧନ ଲକ୍ଷ୍ମୀ ପଟ୍ଟନାୟକ, ଶ୍ରୀ ଶରତ ପଟ୍ଟନାୟକ, ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀ ସିମଞ୍ଚାଲ ପାଣିଗ୍ରାହୀ, ଶ୍ରୀମତୀ ସାଧନା ପାଢ଼ୀ, କର୍ଣାଲ ଅଶୋକ ତ୍ରିପାଠୀ, ରେସପନସ ଇଭେଣ୍ଟ ପରିଚାଳନା ନିର୍ଦ୍ଦେଶକ ରବିଶଙ୍କର, ପଦ୍ମଲୋଚନ ପଣ୍ଡା, ଭୀଷ୍ମ ଚାର୍ୟ୍ଯ ଚୌଧୁରୀ, ଏସ. ଆଇ ,ପ୍ରିୟଙ୍କା ସାହୁ, ସିମାଞ୍ଚଲ ସାହୁ, ପ୍ରସାନ୍ତ ଦାସ, ଅଲେଖ ଦାସ, ମୁନା ମହାରଣା, ଗୁଲାମ ରସୁଲ, ତାପସ ପାଣିଗ୍ରାହୀ, ସୁଧୀର ସାବତ, ତପନ ପଣ୍ଡା, ଶ୍ରୀମତୀ ନଳିନୀ ସାହୁ, ମନରଞ୍ଜନ ପାଢ଼ୀ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଓ ବିଭିନ୍ନ ସଂଗଠକ ଅଂଶ ଗ୍ରହଣ କରିଥିଲେ। ‌‌

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande