
ଭୁବନ, ୧୩ ଜାନୁଆରୀ (ହି.ସ.)- ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଡ଼ିଓ ଆୟୁଶୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ, ସମ୍ପାଦକ ସମୀର କୁମାର ସାହୁ, ସନ୍ତୋଷ ପଟ୍ଟନାୟକ, ନୃସିଂହଚରଣ ସାହୁ, ମୁଖ୍ୟ ପରାମର୍ଶଦାତା ନରହରି ସାହୁ ଯୋଗଦେଇ କ୍ରୀଡାର ମହତ୍ତ୍ଵ ଓ ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିଙ୍କ ଦ୍ଵାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ବିନୋଦିନୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଵପ୍ଲିନା ପ୍ରିୟଦର୍ଶିନୀ ବର୍ଦ୍ଧନ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ କ୍ରୀଡ଼ାରେ ୮ଟି ବିଭାଗରେ ସମୁଦାୟ ୮୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ