ବିଦ୍ୟାଳୟ ସ୍ତରୀୟ ପି.ଏମ୍‌.ଶ୍ରୀ ଉତ୍ସବ ପାଳିତ
ଜୟପୁର, ୧୩ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମଧ୍ୟରେ ଥିବା କାଠରଗଡ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତି
ବିଦ୍ୟାଳୟ ସ୍ତରୀୟ ପି.ଏମ୍.ଶ୍ରୀ ଉତ୍ସବ ପାଳିତ


ଜୟପୁର, ୧୩ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମଧ୍ୟରେ ଥିବା କାଠରଗଡ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋରିଗୁମ୍ମା ତହସିଲଦାର ଶୋଭନ କୁମାର ବେହେରା ମୁଖ୍ୟ ବକ୍ତା ବୋରିଗୁମ୍ମା ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଉପସ୍ଥିତ ରହି ଉଦ୍ଘାଟନ କରିଥିବାବେଳେ ସନ୍ନମାନିତ ଅତିଥି ଭାବେ ଗୋଷ୍ଠୀ ମଙ୍ଗଳ ଅଧିକାରୀ ସୋନାଲି ନାୟକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାଷ ମାଝୀ, ସଂଯୁକ୍ତା ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ନାୟକ, ସମିତି ସଭ୍ୟ ବୃନ୍ଦାବନ ନାୟକ, ସରପଂଚ ମଦନ ଗୌଡ଼, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଏଲ କଣ୍ଡଳ ରାଓ ଏବଂ ଗଙ୍ଗାଧର ତ୍ରିପାଠୀ, ପ୍ରମୁଖ ମଂଚାସୀନ ହୋଇଥିଲେ।

ପିଏମଶ୍ରୀ ଉତ୍ସବ ୨୦୨୫ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏହି ବିଦ୍ୟାଳୟ କୁ ଗୋଟେ ମୋଡେଲ ସ୍କୁଲ କରି ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଠିକ ଭାବେ ପରିବେଷଣ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ଉଦେଶ୍ୟ ରେ ସେମାନଙ୍କ ସାମୁହିକ ବିକାଶ ଦ୍ୱାରା ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ଜିଜ୍ଞାସା ମେଳା, ପିଏମଶ୍ରୀ ବ୍ୟାଙ୍କ, ଆକାଂକ୍ଷୀ ଛାତ୍ର ପରିଷଦ, ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ଜରିଆରେ ମେଳାରେ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭା ଅନ୍ୱେଷଣ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ଯାହା କି ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରି ସଂଶ୍ଲିଷ୍ଟ ହେବା ପାଇଁ ମୁଖ୍ୟ ବକ୍ତା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ କହିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା । ପି ଏମ ଶ୍ରୀ ମେଳାରେ ଭଲ ପଦର୍ଶନ କରିଥିବା ଷ୍ଟଲ ଓ ଉପସ୍ଥାପନା ଦେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ତରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଭିଜନ ୨୦୩୬ ସକାଶେ ଏକ ପଦକ୍ଷେପ ଯାହାକି ବିକଶିତ ଓଡିଶାର ଲକ୍ଷ୍ୟ ବୋଲି ପ୍ରଧାନ ଶିକ୍ଷକ ଶ୍ରୀମନ୍ତ ମଣ୍ଡଳ କହିଛନ୍ତି । ଆଜିର ଏ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ନିତ୍ୟାନନ୍ଦ ଗୋଲରୀ,ଏବଂ ଗୌତମ କୁମାର ପାତ୍ର ସଂଯୋଜନା କରିଥିଲେ. ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande