ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ନାଆମୀ ମହାବିଦ୍ୟାଳୟଠାରେ ଆତ୍ମରକ୍ଷା ତାଲିମ ଶିବିର ଗତ ୩ତାରିଖରୁ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଯାଇଛି। +୩ ପ୍ରଥମ ବର୍ଷର ୭୧ ଜଣ ଛାତ୍ରୀ ଏହି ଆତ୍ମରକ୍ଷା ଶିବିରରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପିକା ମନୋରମା ଖଣ୍ଡାଇଙ୍କ ଦ୍ୱାରା ଆଠଦିନ ଧରି ଏହି କାର୍ଯ୍ୟକ
CHATRINKA ATMARAKHYA TALIM SIBIRA


ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ନାଆମୀ ମହାବିଦ୍ୟାଳୟଠାରେ ଆତ୍ମରକ୍ଷା ତାଲିମ ଶିବିର ଗତ ୩ତାରିଖରୁ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଯାଇଛି। +୩ ପ୍ରଥମ ବର୍ଷର ୭୧ ଜଣ ଛାତ୍ରୀ ଏହି ଆତ୍ମରକ୍ଷା ଶିବିରରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପିକା ମନୋରମା ଖଣ୍ଡାଇଙ୍କ ଦ୍ୱାରା ଆଠଦିନ ଧରି ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ସୁନିତା ମଞ୍ଜରୀ ସ୍ୱାଇଁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ଅଧକ୍ଷ ଡ଼ ସୁକାନ୍ତ କୁମାର ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଅଧ୍ୟାପକ ଅଶୋକ ଦାସ, ଡ଼ ରଘୁନାଥ ସାହୁ ,ବନମାଳୀପଣ୍ଡା , ଚିତରଞ୍ଜନ ରାଉତ,ଚିନ୍ତାମଣି ମହାକୁଡ଼, ଡ଼ ଅଜୟ ପ୍ରଧାନଙ୍କ ସହଯୋଗିତାରେ ମନୋରମା ଖଣ୍ଡାଇ ଛାତ୍ରୀମାନଙ୍କୁ ବିଭିନ୍ନ ଦିବସରେ ବୌଦ୍ଧିକ ଶିକ୍ଷା ସହ ଆତ୍ମରକ୍ଷାର ଆବଶ୍ୟକତା ସମ୍ପର୍କରେ ଉତ୍ସାହିତ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande