
କେନ୍ଦୁଝର, 13 ଜାନୁଆରି (ହି.ସ.)
କେନ୍ଦୁଝର ଜିଲାକୁ ମକର ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଏକ ବିଶାଳ ଜନସଭାରେ ଯୋଗଦେବେ । ଏଠାରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ମକର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଇଁ ୧୭୦୮ କୋଟି ଟଙ୍କାରୁ ଉର୍ଧ୍ବ ୩୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ, ୧୯୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ୩୬ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ସଭା ଶେଷ ହେବା ପରେ, ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ କୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରୁ ପ୍ରଦକ୍ଷଣ ଗୃହ ଯିବାର ରହିଛି କାର୍ଯ୍ୟକ୍ରମ । ଏହାପରେ ପ୍ରଦକ୍ଷଣ ଗୃହରୁ ୩ଟା ୫୫ ମିନିଟ୍ ରେ ବାହାରି ଅପରାହ୍ନ ୪ଟା ବେଳେ, ନୂତନ ଅଡ଼ିଟୋରିୟମ୍ ରେ ନେସନାଲ ସ୍କୁଲ୍ ଅଫ ଡ୍ରାମା ଓ ସ୍ପିରିଜା ଏକାଡ଼େମୀ ଦ୍ୱାରା ପ୍ରସ୍ତୁତ ବିପ୍ଳବୀ ଧରଣୀଧରଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟକର ଉଦଯାପାନୀ ଦିବସରେ ଯୋଗଦେବେ l ଏହାପରେ ସେଠାରୁ ପ୍ରଦକ୍ଷଣ ଗୃହ ଫେରି ରାତ୍ରୀଯାପନ କରିବେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA