ଧାନମଣ୍ଡି ପ୍ରସଙ୍ଗରେ ସରକାର ମିଛ କହୁଛନ୍ତି -କଂଗ୍ରେସ
ଭୁବନେଶ୍ୱର, 13 ଜାନୁଆରୀ (ହି.ସ.): ଗତ ଜାନୁୟାରୀ ୦୬ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିଷାନ କଂଗ୍ରେସର ଏକ ରାଜ୍ୟସ୍ତରୀୟ ଟିମ୍ ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ନେତୃତ୍ୱରେ ଦକ୍ଷିଣ ଓଡ଼ିଶା ଗସ୍ତ କରି ମଣ୍ଡିମାନଙ୍କରେ ଯେଉଁ ଭୟଙ୍କର ଅବ୍ୟବସ୍ଥା ଦେଖିଛନ୍ତି ତାହା ଗତ ବର୍ଷମାନଙ୍କରେ କେବେ ଦେଖ
ଧାନମଣ୍ଡି ପ୍ରସଙ୍ଗରେ ସରକାର ମିଛ କହୁଛନ୍ତି -କଂଗ୍ରେସ


ଭୁବନେଶ୍ୱର, 13 ଜାନୁଆରୀ (ହି.ସ.): ଗତ ଜାନୁୟାରୀ ୦୬ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିଷାନ କଂଗ୍ରେସର ଏକ ରାଜ୍ୟସ୍ତରୀୟ ଟିମ୍ ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ନେତୃତ୍ୱରେ ଦକ୍ଷିଣ ଓଡ଼ିଶା ଗସ୍ତ କରି ମଣ୍ଡିମାନଙ୍କରେ ଯେଉଁ ଭୟଙ୍କର ଅବ୍ୟବସ୍ଥା ଦେଖିଛନ୍ତି ତାହା ଗତ ବର୍ଷମାନଙ୍କରେ କେବେ ଦେଖାଯାଇନଥିଲା । ମାଲ୍‌କାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାମାନଙ୍କର ବିଭିନ୍ନ ମଣ୍ଡିରେ ୧୦ ହଜାର ରୁ ୧୫ ହଜାର ପର୍ଯ୍ୟନ୍ତ ଧାନବସ୍ତାମାନ ପାହାଡ ଭଳି ଗଦା ହୋଇ ପଡ଼ିରହିଛି । ଉଭୟ ପୁରୁଷ ଓ ମହିଳା ଚାଷୀମାନେ ୬ ଡିଗ୍ରୀ, ୭ ଡିଗ୍ରୀ ଥଣ୍ଡାରେ ଦିନ ରାତି ନିଜ ଅମଳକୁ ଜଗିରହିଛନ୍ତି । ଚାଷୀମାନେ ପ୍ରାୟ ୧୫ ଦିନରୁ ଅଧିକ ହେବ ଅପେକ୍ଷା କରି ବସିଛନ୍ତି ଧାନ କେତେବେଳେ ସରକାର ଉଠାଣ କରିବ । ଏହି ଅବ୍ୟବସ୍ଥା ଅତ୍ୟନ୍ତ ଦୁର୍ଦ୍ଦିନ ଭିତରକୁ ଚାଷୀଙ୍କୁ ଠେଲି ଦେଇଛି । ମଣ୍ଡିମାନଙ୍କର ଅବ୍ୟବସ୍ଥା ଦେଖିଲା ପରେ ସରକାର ଓ ମିଲର ମାନଙ୍କର ମଧୁଚନ୍ଦ୍ରିକା କଥା ପଦାକୁ ଆସିଛି । ଜାଣିଶୁଣି ସରକାର ମିଲରମାନଙ୍କର ଧର୍ମଘଟ କରି ଏଭଳି ଅଚଳାବସ୍ଥା ସୃଷ୍ଟି କରିଛି । ଫଳରେ ଚାଷୀ ଅଧିକ ଦିନ ଅପେକ୍ଷା ନ କରି ଅଭାବି ବିକ୍ରିର ଶିକାର ହେବ ଏବଂ ମିଲର ମାନଙ୍କୁ ସରକାର ଫାଇଦାରେ ରଖି ତାଙ୍କଠୁ ହଜାର ହଜାର କୋଟି ଟଙ୍କା ପାର୍ଟି ଫଣ୍ଡ ବା ନିର୍ବାଚନୀ ଚାନ୍ଦା ଆଦାୟ କରିବେ । ଧାନ ଅମଳ ପରେ ପଞ୍ଜିକରଣ କଟଣୀ, ଛଟଣୀ ମାନ ନିର୍ଦ୍ଧାରଣ, ନକଲ ପ୍ଲଟ ଓ ଶେଷର ମିଲର ଷ୍ଟ୍ରାଇକ୍ ଭଳି କେତେ ଗୁଡ଼ିଏ ଅବାଞ୍ଛିତ ପ୍ରସଙ୍ଗ ଉଠାଇ ସରକାର ଚାଷୀମାନଙ୍କୁ ଓ ଚାଷକୁ ବଳି ପକାଇଛନ୍ତି । ପୂର୍ବରୁ ଏମ୍‌ଏସ୍‌ପି ୨୩୦୦ ଟଙ୍କା ଥିଲାବେଳେ ଏବେ କେନ୍ଦ୍ର ସରକାର ୬୯ ଟଙ୍କା ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଶାଇଲେ କୁଇଣ୍ଟାଲ ପିଛା ଚାଷୀଙ୍କୁ ସରକାର ୩୧୬୯ ଟଙ୍କା ଦେବାକୁ ହେବ ।

(କିଷାନ କଂଗ୍ରେସର ଧାଡିକିଆ ଦାବି ହେଲା - ପ୍ରତ୍ୟେକ ଚାଷୀର ସମସ୍ତ ବଳକା ଧାନକୁ ସରକାର ସିଧାସଳଖ କୌଣସି ତୃତୀୟ ପକ୍ଷ ଭୂମିକା ନ ଥାଇ ବିନା କଟଣୀ ଛଟଣୀରେ, ବିନା ମାନନିର୍ଦ୍ଧାରଣରେ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଦେଇ କିଣିବା ସହିତ ଚାଷୀକୁ ଧାନ ଅଖାର ବଜାର ଦର ଓ ପରିବହନ ଖର୍ଚ୍ଚ ପ୍ରଦାନ କରନ୍ତୁ ।)

(ମଣ୍ଡିରେ ଲାଗିରହିଥିବା ଅବ୍ୟବସ୍ଥା ଓ ଚାଷୀର ହଇରାଣ ଓ ହରକତର ପ୍ରତିବାଦରେ ଆସନ୍ତା ୨୦ ଜାନୁୟାରୀରେ ରାଜ୍ୟର ଭାତ ହାଣ୍ଡି ବରଗଡ ଠାରେ କିଷାନ ମାନଙ୍କର ପ୍ରତିବାଦ ସମାବେଶ ଅନୁଷ୍ଠିତ ହେବ ।)

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ କିଷାନ କଂଗ୍ରେସର ଅଧ୍ୟକ୍ଷ ଓ ଅନ୍ୟାନ୍ୟ କିଷାନ ନେତୃମଣ୍ଡଳୀ ଯୋଗଦେବେ । ତେଣୁ ଓଡ଼ିଶା ଚାଷୀ ଶ୍ରେଣୀକୁ ନିବେଦନ ବରଗଡ ଚାଷୀ ସମାବେଶକୁ ସଫଳ କରିବା ସହିତ ଧାନ କିଣାର ଅବ୍ୟବସ୍ଥା ବିରୁଦ୍ଧରେ ଚାଷୀ, ଭାଗଚାଷୀ ଓ ଚାଷ ଉପରେ ନିର୍ଭର କରୁଥିବା ସମସ୍ତ କୃଷିଜୀବି ଓ କିଷାନମାନଙ୍କର ଏହି ପ୍ରତିବାଦ ସମାବେଶରେ ଯୋଗ ଦେଇ ପ୍ରତିରୋଧ ଆନ୍ଦୋଳନକୁ ଜୋରଦାର କରନ୍ତୁ ।

ଶେଷରେ ଚାଷୀ, ଚାଷ ଓ ଧାନମଣ୍ଡିରେ ଯେଉଁ ଦୂରାବସ୍ଥା ଦେଖାଦେଇଛି ସେ ଦୂରାବସ୍ଥା ପାଇଁ ରାଜ୍ୟ ସରକାର ଦାୟ ରହିଥିଲାବେଳେ ଯୋଗାଣମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ସମୟରେ ଯେଉଁ ଚାଷୀ ଓ ଚାଷ ବିରୋଧି ବିବୃତ୍ତିମାନ ଦେଉଛନ୍ତି ଏବଂ ଖୋଦ୍ କୃଷିମନ୍ତ୍ରୀ ମଧ୍ୟ ଚାଷୀ ଓ ଚାଷକୁ ଉପହାସିତ କଲାଭଳି ନୌଟଙ୍ଗି, ଗୋବରଖତ ଓ ଚାଷୀ ବିରୋଧି ମନ୍ତ୍ରବ୍ୟମାନ ଦେଉଛନ୍ତି ତା’ର ପ୍ରତିବାଦରେ ପ୍ରଦେଶ କିଷ।।ନ କଂଗ୍ରେସ ଉଭୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀ ଓ ଚାଷର ସୁରକ୍ଷା ସଂପର୍କରେ ସ୍ପଷ୍ଟିକରଣ ଦେବାକୁ ଦାବି କରିଛନ୍ତି ।

ଆଜିର ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ, ବରିଷ୍ଠ କୃଷକ କଂଗ୍ରେସ ଉପସଭାପତି ଡଃ କାର୍ତ୍ତିକ ଚନ୍ଦ୍ର ବରାଳ, ଅରୁଣ ଜେନା, ଉପସଭାପତି ଶିତିକଣ୍ଠ ମହାନ୍ତି, କୃଷକ କଂଗ୍ରେସ ମିଡ଼ିଆ ବିଭାଗ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande