
Bhubaneswar, 13 ଜାନୁଆରି (ହି.ସ.)
ଜୟପୁର
କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ଆଜି ପୂର୍ବାହ୍ନରେ ରାଜ୍ୟ କାୟାକଳ୍ପ ଦଳରେ ନିଯୁକ୍ତ ୩ଜଣିଆ ପ୍ରତିନିଧି ମାନେ ପହଞ୍ଚି ତଦାରଖ କରିବା ସହିତ ମୂଲ୍ୟାଙ୍କନ କରିଥିଲେ । ରାଜ୍ୟ ଦଳରେ ଆଇଡିଏସପି ସେଲର ଡା. ସୁରଜିତ ଗରାବଡୁ, ବିଏମଡବ୍ଲୁ ଏନର ପରାମର୍ଶଦାତା ସୌମ୍ୟକାନ୍ତ ପାତ୍ର ଏବଂ ୟୁନିସେଫର ରାଜ୍ୟ ପରାମର୍ଶ ଦାତା ଡା.ଅନିଲ କୁମାର ପଟ୍ଟନାୟକ, ଉପସ୍ଥିତ ରହି ଜିଲ୍ଲା ଚିକିତ୍ସାଳୟର ସଫେଇ, ବାୟ ମେଡିକାଲ ବର୍ଜ୍ୟବସ୍ତ ପରିଚାଳନା, କର୍ମଚାରୀଙ୍କ ବୈଷୟିକ ଜ୍ଞାନ, ପରିମଳ ଓ ସ୍ବଚ୍ଛତା, ସବୁଜ ପରିବେଶକୁ ନେଇ ତର୍ଜମା କରିଥିଲେ । ସେହିପରି ବିଭିନ୍ନ ଆଧୁନିକି ମେସିନର କାର୍ଯ୍ୟକାରିତା ସୌରଶକ୍ତିରେ ପରିଚାଳିତ ବିଦ୍ୟୁତ ଉପକରଣ ପ୍ରଭୃତିର ତଦାରଖ, ଯାଞ୍ଚ ସହିତ ମୂଲ୍ୟାଙ୍କନ କରିଥିଲେ । ଏହି ଦଳର ମୂଲ୍ୟାଙ୍କନ ରିପୋର୍ଟ ଅନୁଯାୟୀ ଜିଲ୍ଲା ଚିକିତ୍ସାଳୟର ଉନ୍ନତୀକରଣ ପାଇଁ ପାଣ୍ଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ଏଥିରେ ଜିଲ୍ଲା ଚିକିତ୍ସାଳୟର ଅଧିକାରୀ ଡା. ଅକ୍ଷୟ ରଥ, ଡା. ବାଲି ଜୟାବାବୁ, ଡା. ସସ୍ମିତା ଦାସ, ଡା, ଅରବିନ୍ଦ ନେପାକ, ଡା. ଦୁର୍ଗା ପ୍ରସାଦ ପାତ୍ର, ଡା ସଲାମ, ଡା ସୁନୀଲ ପଣ୍ଡା, ଡା. ଗୌତମ ତ୍ରିପାଠୀ, ଡା ଶତାଦ୍ଧୀ ମିଶ୍ର, ଡା. ରିତ୍ବିକ ପାଢୀ, ଡା. ସଲାମ. ଡା. ସୁଶ୍ରି ଏବଂ ଚିକିତ୍ସାଳୟ ମ୍ୟାନେଜର ରୂପସୀ ମଧୁମିତା ନାୟକ, ତଥାଗତ ଦାସ, ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶଯେ, ଗତ ମାସ ଡିସେମ୍ବର ୧୦ ତାରିଖରେ ମାଲକାନଗିରିରୁ ନିଯୁକ୍ତ ୩ ଜଣିଆ ଦଳକୁ ନେଇ ଗଠିତ ଜିଲ୍ଲା ସ୍ତରୀୟ ଦଳ ଜୟପୁର ଠାରେ ପହଞ୍ଚି ତଦାରଖ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି