
ଗଂଜାମ, 13 ଜାନୁଆରି (ହି.ସ.) ପିତଳ ଧାନ ମଣ୍ଡିରୁ ଚାଷୀଙ୍କ ଠାରୁ ସୁବିଧା ଓ ସୁରୁଖୁରୁ ଧାନ ସଂଗ୍ରହ କରିବାକୁ ମିଲର ଓ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ଏଥିରେ ନୋଡାଲ ଅଫିସର ମଧୁସୂଦନ ବିଷୋଇ, ପିତ୍ତଳ ସେବା ସମବାୟ ସମିତି ସଭାପତି ପ୍ରମୋଦ କୁମାର ପାତ୍ର, ସଂପାଦକ କୃଷ୍ଣ ଚନ୍ଦ୍ର ନାୟକ, କୃଷକ ନେତା ହୀନ ବେହରା, ବିଜେଡି ନେତା ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ଚାରିଜଣ ମିଲର ଓ ବହୁ କୃଷକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ