
ନୂଆପଡ଼ା,୧୩ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକୁଲା ଗ୍ରାମ ପଂଚାୟତରେ ବିଶୁଦ୍ଧ ପାଣି ଟୋପେ ପାଇଁ କରିବାକୁ ପଡୁଛି ସଂଘର୍ଷ । ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ତୁକୁଲା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମ ପାଇଁ ଫେଲ ମାରିଥିବା ଦେଖିବାକୁ ମିଳିଛି । ନଦୀର ଜଳ ଯୋଗାଣ ସ୍ଥାନ ପରିତ୍ୟକ୍ତ ଅବସ୍ଥା ଥିବା ବେଳେ ଅପରିଷ୍କାର ପରିବେଶରୁ ପାଣି ଯୋଗାଣ ହୋଇ ଲୋକେ ନାନାଦି ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି କ୍ଷ ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ପଂଚାୟତର ତୁକଲା, ମାଲପଡା, ଡୁଙ୍ଗରିପାଲି, ଖଇରଭାଡି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିକଟସ୍ଥ ସୁନ୍ଦର ନଦୀରୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପରିବର୍ତେ ଏହି ସବୁ ଗାଁକୁ ଅପରିଷ୍କାର ପାଣି ଯୋଗାଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସମୂହ ଗ୍ରାମବାସୀ କ୍ଷ ତୁକୁଳା ନଦୀ ତୁଠରେ ତିଆରି ହୋଇଥିବା ପାଣିପମ୍ପ କୂଅ, ଯେଉଁଠୁ ପାଣି ଗାଁକୁ ଯାଉଛି ସେହି ସ୍ଥାନର ପାଇପର ଗ୍ୟାଲେରୀ ଗତ ବନ୍ୟାରେ ଭାଙ୍ଗି ଯାଇଥିଲା। ଫଳରେ ମଣିଷ ଶୌଚଠୁ ନେଇ ପଶୁପକ୍ଷୀଙ୍କ ମଳମୂତ୍ର ଭଳି ଅଳିଆ ଆବର୍ଜନା ପାଣି ଗାଁକୁ ଯାଉଛି। ସେହିପରି ପାଖରେ ଥିବା ଟ୍ୟାଙ୍କ ଖୋଲାମେଳା ଥିବାରୁ ଅସାମାଜିକ ବ୍ୟକ୍ତି ଅନେକ ପ୍ରକାର ନିଶା ସେବନ କରି ସେହି ବୋତଲକୁ କୂଅରେ ଫିଙ୍ଗୁଥିବା ଭଳି ଅଭିଯୋଗ ହେଉଛି । ଆଗାମୀ ଦିନରେ କୌଣସି ଅସାଧୁ ବ୍ୟକ୍ତି ଯେ କୌଣସି ବଡ଼ ଅଘଟଣ ନ ଘଟାଇବେ ତାହା କିଏ କହିବ ବୋଲି ଗ୍ରାମବାସୀ କହିଛନ୍ତି କ୍ଷ ତୁକୁଲା ଗ୍ରାମ ପଂଚାୟତ ବାସୀଙ୍କ ଜଳ ଯୋଗାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଓଭର ହେଡ଼ ଟ୍ୟାଙ୍କ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଏଠାରେ ଥିବା ଡ୍ରେନେଜ ବ୍ୟବସ୍ଥା ବିପର?୍ୟ୍ୟସ୍ତ ହୋଇପଡିଛି । କୂଅଟି ମୁକୁଳା ରହିଥିବା କାରଣରୁ ବ୍ରଜ୍ୟବସ୍ତୁ ଜମି ରହି ଦୁର୍ଗନ୍ଧ ସହ ପୋକ, ମଶା, ମାଛି ଆଦି ବଂଶ ବିସ୍ତାର କରୁଛନ୍ତି । ସେହି ପାଣି ପାଇପରେ ଗାଁ କୁ ଯୋଗାଣ ହୋଇ ଲୋକେ ସେବନ କରୁଥିବା ହେତୁ ଝାଡ଼ାବାନ୍ତି ହେବା ସହ ଡାଇରିଆରେ ଲୋକେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ଗ୍ରାମର ଲୋକେ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ । ଫଳରେ ଅନ୍ୟ କୌଣସି ଉପାୟ ନପାଇ ଗ୍ରାମବାସୀ ସେହି ପାଣିକୁ ବ୍ୟବହାର କରୁଥିବା କହିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଆମେ ଖଡ଼ିଆଳ ବିଡ଼ିଓ ମିଳନ ଝାଙ୍କରଙ୍କୁ ପଚାରିବାରୁ ତୁରନ୍ତ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ