
ଜୟପୁର, ୧୩ ଜାନୁଆରି (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭାଲୁଗୁଡା ଗ୍ରାମର ଘାସି ପରଜା ଓ ସୁଣ୍ଢିଗୁଡାର ବଳ ପାଇକ । ସୂଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଭାଲୁଗୁଡା ଓ ସୁଣ୍ଢିଗୁଡାରେ ଚଢାଉ କରିଛି । ଚଢାଉ କରି ୨୬ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି