ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟସର୍କିଟରୁ ଲାଗିଲା ନିଆଁ
ଝାରସୁଗୁଡା, ୧୩ ଜାନୁଆରୀ (ହି.ସ.)- ଝାରସୁଗୁଡା ରେଳ ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ ରେ ବିଦ୍ୟୁତ ମରାମତି କାର
ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟସର୍କିଟରୁ ଲାଗିଲା ନିଆଁ-୨


ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟସର୍କିଟରୁ ଲାଗିଲା ନିଆଁ


ଝାରସୁଗୁଡା, ୧୩ ଜାନୁଆରୀ (ହି.ସ.)- ଝାରସୁଗୁଡା ରେଳ ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ଯାହାଫଳରେ ସର୍ଟସର୍କିଟ ହୋଇ ପ୍ଲାଟଫର୍ମ ମଧ୍ୟରେ ଏବଂ ପ୍ଲାଟଫର୍ମ ବାହାରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ନିଆଁ ଲାଗିବା ଜାଣିବା ପରେ ପ୍ରଥମେ ପ୍ଲାଟଫର୍ମକୁ ଖାଲି କରି ଦିଆଯାଇଥିଲା । ଖବର ପାଇ ଆରପିଏଫ, ଜିଆରପି ଓ ଝାରସୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ କରିଥିଲେ । ଏଥିରେ କୌଣସି ଜୀବନ ହାନୀ ହୋଇନାହିଁ । ତେବେ ଅଗ୍ନିକାଣ୍ଡ ଯୋଗୁଁ ଡି.ଟି.ସି. ଚ୍ୟାମ୍ବର, ଟିକେଟ୍ କାଉଂଟର ଓ ରେଲୱେ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ବୈଦ୍ୟୁତିକ ଯୋଗାଯୋଗ ଠିକ୍ ନହେବା ପର୍ଯ୍ୟନ୍ତ ରେଳ ଚଳାଚଳ ବ୍ୟାହତ ରହିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande