
ଧର୍ମଶାଳା, ୧୩ ଜାନୁଆରୀ (ହି.ସ.)- ଯାଜପୁର ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଯାଜପୁର ଟାଉନ ଅଞ୍ଚଳରୁ ଏକ ପିକଅପ ରୁ ଗଞ୍ଜେଇ ଜବତ କରାଯାଇଛି । ପିକ୍ ଅପ ଗାଡ଼ିରେ ଉପରେ ପାଣି ବୋତଲ ସହ ଭିତରେ ଗଞ୍ଜେଇ ଚାଲାଣ ହୋଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ପେଟ୍ରୋଲିଂ କରିବା ସମୟରେ ଚଢ଼ଉ କରିଥିଲା । ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ। ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲାର ଆଂନନ୍ଦ ଭୋଇ ଓ ଅନୁଗୁଳ ଜିଲାର ରେଙ୍ଗାଲବେଢା ଅଞ୍ଚଳର ଅନୀଲ ବେହେରା ବୋଲି ଜଣାପଡିଛି। ଏମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଚାଲାଣ କରୁଥିଲେ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ