ଜାନୁୟାରୀ ୧୬ରୁ୨୫ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ : ୨୦ ଟି ରାଜ୍ୟ ଓ ୮ଟି ଦେଶର ଷ୍ଟଲ ଖୋଲିବ
ପୁରୀ, ୧୩ ଜାନୁଆରୀ (ହି.ସ.)- ଜାନୁୟାରୀ ୧୬ ରୁ ୨୫ ପୁରୀ ବଡଦାଣ୍ଡ ବଗଲା ଧର୍ମଶାଳା ଠାରେ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ଅନୁଷ୍ଠିତ ହେବ । ଭାରତର ୨୦ଟି ରାଜ୍ୟ ଓ ୮ ଟି ଦେଶର ହସ୍ତଶିଳ୍ପ ସାମଗ୍ରୀ ଓ କମ୍ପାନୀ ସାମଗ୍ରୀ ପ୍ରଦର୍ଶିତ ହେବ । ଏ ସଂପର୍କରେ ମଙ୍ଗଳବାର ଅପରାହ୍ନରେ ବୃନ୍ଦାବତୀ ନିବାସ ଠା
ଜାନୁୟାରୀ ୧୬ରୁ୨୫ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ : ୨୦ ଟି ରାଜ୍ୟ ଓ ୮ଟି ଦେଶର ଷ୍ଟଲ ଖୋଲିବ


ପୁରୀ, ୧୩ ଜାନୁଆରୀ (ହି.ସ.)- ଜାନୁୟାରୀ ୧୬ ରୁ ୨୫ ପୁରୀ ବଡଦାଣ୍ଡ ବଗଲା ଧର୍ମଶାଳା ଠାରେ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ଅନୁଷ୍ଠିତ ହେବ । ଭାରତର ୨୦ଟି ରାଜ୍ୟ ଓ ୮ ଟି ଦେଶର ହସ୍ତଶିଳ୍ପ ସାମଗ୍ରୀ ଓ କମ୍ପାନୀ ସାମଗ୍ରୀ ପ୍ରଦର୍ଶିତ ହେବ । ଏ ସଂପର୍କରେ ମଙ୍ଗଳବାର ଅପରାହ୍ନରେ ବୃନ୍ଦାବତୀ ନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କର୍ମକର୍ତ୍ତା ମାନେ କହିଛନ୍ତି । ପ୍ରଦର୍ଶନୀକୁ ଦେଖ, ନିଜକୁ ନିୟୋଜିତ କର ଓ ସହଯୋଗର ହାତ ବଢ଼ାଇବା ପାଇଁ ଏହି ପ୍ରଦର୍ଶନୀର ମୂଳ ଲକ୍ଷ୍ୟ । ଏହାର ଆୟୋଜକ ଭାବେ ସ୍ଯାଡୋ ଆଡଭରଟାଇଜିଂ ଆଣ୍ଡ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡ ରହିଥିବା ବେଳେ ଏହାକୁ ଶ୍ରୀୟାଂଶୀ ଇଭେଣ୍ଟ ସହଯୋଗ କରୁଛି । ଭାରତ ଓ ବିଦେଶରେ ବ୍ଯବସାୟିକ ସହଯୋଗ ପାଇଁ ଏହି ମେଳା ପଥ ପ୍ରଦର୍ଶକ ପାଲଟିବ । ଗ୍ରାହକ ଓ ବ୍ଯବସାୟିକୁ ବିଶ୍ବ ବ୍ଯାପୀ ପ୍ରଚାରିତ କରିବ । ଆୟୋଜକ ପୂର୍ବରୁ ଜାତୀୟ ତୋଷାଳି କ୍ରାଫ୍ଟ ମେଳା ଓ ଆଦିବାସୀ ମେଳା ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ କରି ସଫଳତା ପାଇଛି । ଜଗନ୍ନାଥ ଧାମ ପୁରୀରେ ଏହି ମେଳା ଆୟୋଜନ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଯୋଜନା ରଖିଛି । ୮୦ ହଜାର ବର୍ଗଫୁଟ ଯାଗାରେ ଏହି ମେଳାର ଷ୍ଟଲ ଖୋଲାଯିବ । କ୍ଷୁଦ୍ର ଶିଳ୍ପ, ମଧ୍ୟମ ଓ ବହୁରାଷ୍ଟ୍ର କମ୍ପାନୀର ୧୦୦ଟି ଷ୍ଟଲ ଖୋଲିବ । କ୍ରେତା ଓ ବିକ୍ରେତାଙ୍କ ମହାମିଳନ ସହ ବ୍ଯବସାୟ ଓ ସହଯୋଗ ଆଲୋଚନା ଅନୁଷ୍ଠିତ ହେବ । ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମେଳା ଚାଲୁରହିବ । କେତୋଟି ଅତ୍ଯାଧୁନିକ ଏସି ଷ୍ଟଲ ଖୋଲାଯିବ । ଏହାସହ ଫୁଡ ଷ୍ଟଲ ଓ ଅନ୍ଯାନ୍ଯ ଷ୍ଟଲର ଭରପୁର ମଜାନେବେ ଗ୍ରାହକ । ସଂମ୍ପୂର୍ଣ୍ଣ ମେଳା ସିସିଟିଭି କଭରେଜରେ ରହିବ । ପ୍ରତିଦିନ ୩ଲକ୍ଷ ଦର୍ଶକ ଯୋଗଦେବା ପାଇଁ ଆୟୋଜକ ଆକଳନ କରିଛି । ପର୍ଯ୍ୟଟନ ଅଭିବୃଦ୍ଧି, ସାଂସ୍କୃତିକ ସହଯୋଗ ଓ ପୁରୀକୁ ବିଶ୍ବବ୍ଯାପି ପ୍ରଚାର ପାଇଁ ଲକ୍ଷ୍ୟ ରଖାଯାଇଛି । ଇରାନ, ଆଫଗାନିସ୍ତାନ, ଥାଇଲାଣ୍ଡ ସହ ଅନ୍ଯ ଦେଶର ବ୍ଯବସାୟୀ ଯୋଗଦେବେ । ବିଶ୍ବବ୍ଯାପି ବ୍ଯବସାୟୀ ନେଟୱର୍କିଙ୍କ କରାଯିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଯାଡୋର ଏମଡି ତାପସ ରଞ୍ଜନ ମହାନ୍ତି, ଡାଇରେକ୍ଟର ଚିନ୍ମୟ ମହାନ୍ତି ଓ ସୁବ୍ରତ ମହାନ୍ତି, ଉପଦେଷ୍ଟା ଜଳନ୍ଧର ପ୍ରଧାନ ଯୋଗଦେଇ ସହଯୋଗ ପାଇଁ ନିବେଦନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande