
ଜୟପୁର,୧୩ ଜାନୁଆରି (ହି.ସ.) - ଜୟପୁର ତହସିଲର ବାମୁଣି ଗାଁ ବସ୍ତି ଅଂଚଳରେ ଆଜି ପ୍ରଶାସନ ଜବର ଦଖଲ ଉଛେଦ କରିଛି । ବାମୁଣୀ ଗାଁରେ ଘରୋଇ ଜମିକୁ ଜବର ଦଖଲ କରି ଘର କରି ରହୁଥିଲେ। ଏନେଇ ଜମି ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଥିଲେ । ଏନେଇ ଗତ ୨ ମାସ ତଳେ ହାଇ କୋର୍ଟ ନିଦ୍ଦେଷ ରେ ଜବର ଦଖଲ କାରିଙ୍କୁ ନୋଟିସ କରାଯାଇଥିଲା । ସେ ମାନେ କର୍ଣ୍ଣପାତ କରିନଥିଲେ । ୬୮ ସେଂଟରରେ ପାଖା ପାଖି ୧୦ ଟି ଘର ରହିଥିଲା । ଏନେଇ ଆଜି ଜୟପୁର ତହସିଲଦାର ସବ୍ୟସାଚି ଜେନା ଙ୍କ ସହ ୧ ପ୍ଲାଟୁନ ଫୋସ ଉପସ୍ଥିରେ ଜେସିବି ଦ୍ୱାରା ବାମୁିଣି ଗାଁ ବସ୍ତି ଅଂଚଳର ଉଛେଦ କରାଯାଇଛି। ଉଛେଦ ସମୟରେ ବସ୍ତି ବସିନ୍ଦା ଙ୍କ ସହ ପ୍ରଶାସନର ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଛେଦ ସମୟରେ ଅତିରିକ୍ତ ତହସିଲଦାର ଶୁଭ ଲକ୍ଷ୍ମୀ ନାୟକ, ସୁପର ଭାଇଜର ହରି ହର ସତପଥି, ଦିଲିପ କୁମାର ପ୍ରଧାନ, ଆରଆଇ ସଦା ହନ୍ତାଳ ଏଆରଆଇ ସରୋଜ କୁମାର ପାଢୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି