
ନୂଆପଡ଼ା,୧୩ ଜାନୁଆରି (ହି.ସ.) - ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥାନୀୟ ସିଲ୍ଦା ଗ୍ରାମରେ ନୂଆପଡା ନେସନାଲ ଡିଗ୍ରୀ କଲେଜ୍ ଜାତୀୟ ସେବା ଯୋଜନା କୋ-ୟୁନିଟ୍, ପକ୍ଷରୁ ୭ ଦିନିଆ ଶୀତକାଳୀନ ଶିବିର ସଫଳତାର ସହ ଆଜି ଉଦଯାପିତ ହୋଇଛି। ସମାପନୀ ସଭାରେ ମହାବିଦ୍ୟାଳୟ ଅଧକ୍ଷ ହିତେଶ କୁମାର ସାହୁ ଓ ମୁଖ୍ୟ ଅତିଥି ପୂର୍ବତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ମିଶ୍ର ଯୋଗଦେଇ ଏହ ଶିବିର ଛାତ୍ରଛାତ୍ରୀଙ୍କୁ ସମାଜ ସହ ସାମାଜିକ ଜୀବନ ସହ ଜଡିତ କରି ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହେମାଲ୍ ସା ଶିବିର ସମୟରେ ସମ୍ପାଦିତ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଦେଇ ସ୍ୱେଚ୍ଛାସେବକମାନଙ୍କ ଶ୍ରମଦାନକୁ ସ୍ୱୀକୃତି ଦେଇଥିଲେ। ୭ ଦିନିଆ ଶିବିର ସମୟରେ ସ୍ୱେଚ୍ଛାସେବକମାନେ ମହାବିଦ୍ୟାଳୟ ସଫାଇ, ଯୋଗ,ସଡ଼କ ସୁରକ୍ଷା , ପରିବେଶ ସୁରକ୍ଷା, ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ କରିଥିଲେ ଏବଂ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧୀ ଅଭିଯାନ, ଦାଦନ୍ ଶ୍ରମିକ ଚଳାଚଳ ରୋକଥାମ, ମାଦକ ଦ୍ରବ୍ୟ ବିରୋଧୀ ସଚେତନତା, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ପର୍କିତ ଡୋର-ଟୁ-ଡୋର୍ ଜାଗୃକତା କାର୍ଯ୍ୟକ୍ରମ କରିଥିଲେ। ଏହା ଦ୍ୱାରା ପୌଷ୍ୟ ଗ୍ରାମ ସିଲ୍ରଦାର ଗ୍ରାମବାସୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିଲା। ଶେଷରେ ସ୍ୱେଚ୍ଛାସେବକମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଏହି ଶୀତକାଳୀନ ବିଶେଷ ଶିବିର ସଫଳତାର ସହ ସମାପ୍ତ ହୋଇଥିଲା। ଏହି ଶିବିରର ସମାପନୀ ସଭାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହେମାଲ୍ ସା ମଂଚ ପରିଚାଳନା କରିଥିବା ବେଳେ ବେଳେ ଜଗନ୍ନାଥ ମେହେର ଧନ୍ୟବାଦ୍ ଦେଇଥିଲେ । ଅଧ୍ୟାପକ ଶିବ ପ୍ରସାଦ ସା , ବୈକୁଣ୍ଠ ବେହେରା ସ୍ୱେଚ୍ଛାସେବୀ କିରଣ ସାହୁ , ଦେଓ କୁମାରୀ ସତ୍ନାମି, ନରେଶ ବୁଡେକ୍, ଉତମ ମାଝୀ, ବେଣୁ ଭଟ୍ଟ ଓ ମନୋଜ ମାଝୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ