ଜିଲ୍ଲାସ୍ତରୀୟ ମତଦାତା ଦିବସ ୨୦୨୬ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜୟପୁର, ୧୩ ଜାନୁଆରି (ହି.ସ.) - ଆଜି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ଭୋଟର ଦିବସ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା, ପ୍ରବନ୍ଧ, ଚିତ୍ରାଙ
ଜିଲ୍ଲାସ୍ତରୀୟ ମତଦାତା ଦିବସ ୨୦୨୬ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଜୟପୁର, ୧୩ ଜାନୁଆରି (ହି.ସ.) - ଆଜି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ଭୋଟର ଦିବସ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ସ୍ଥିର ହେଲା ଓ ମତଦାତା ଦିବସ ଉପଲକ୍ଷେ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ କରିବା ସହ ସଚେତନତା ମୂଳକ ସଭା ଆୟୋଜନ କରାଯିବ ଓ ଶ୍ରେଷ୍ଠ ବି ଏଲ ଓ ଙ୍କୁ ପୁରସ୍କୃତ କରିବା ଓ ନୂତନ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ ଓ ଆଜିର ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଉପସ୍ଥିତ ଥିଲେ ଓ ଆଜିର କାର୍ଯ୍ୟକ୍ରମକୁ ଡେପୁଟି କଲେକଟର ମଙ୍ଗଳ ଚରଣ ବାସ୍କେ ପରିଚଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande