ବାଜି ରାଉତ କଲେଜ ରେ ଜାତୀୟ ଯୁବ ଦିବସ ପାଳନ
ଭୁବନ,୧୩ ଜାନୁଆରି (ହି.ସ.) - ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଏନଏସଏସ, ଏନସିସି ଓ ସ୍କାଉଟ ଗାଇଡ଼ର ମିଳିତ ଉଦ୍ୟମରେ ସୋମବାର ଦିନ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାରର ଗୁରୁତ୍ୱ ଉପରେ ଏକ ଶୋଭାଯାତ୍ରା ଅନୁଷ୍
ବାଜି ରାଉତ କଲେଜ ରେ ଜାତୀୟ ଯୁବ ଦିବସ ପାଳନ


ଭୁବନ,୧୩ ଜାନୁଆରି (ହି.ସ.) - ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଏନଏସଏସ, ଏନସିସି ଓ ସ୍କାଉଟ ଗାଇଡ଼ର ମିଳିତ ଉଦ୍ୟମରେ ସୋମବାର ଦିନ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାରର ଗୁରୁତ୍ୱ ଉପରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଉପରେ ଲୋକମାନଙ୍କୁ ଆକର୍ଷଣ କରିଥିଲେ ଓ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ଦିବା ୧୧ ଘଟିକା ସମୟରେ ସାମୁହିକ ଭାବେ ବନ୍ଦେ ମାତରଂ ଗାନ କରାଯାଇଥିଲା। ଏହାପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ, ବକ୍ତୃତା ଓ ପୋଷ୍ଟର ଉପସ୍ଥାପନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ଆଚାର୍ଯ୍ୟଏହାକୁ ଉଦ୍ଘାଟନ କରିଥିଲେ। ଯୁବ ରେଡ କ୍ରସ କାଉନସେଲର ପଦ୍ମନାଭ ବେହେରା ପ୍ରୋଗ୍ରାମ ପରିଚାଳନା କରିଥିଲେ।

ଏନଏସଏସ ପ୍ରୋଗ୍ରାମ ଅଫିସର କରୁଣାକର ରାଉଳ, ବିକାଶ କୁମାର ସେଠୀ, ଡଃ ଧାନୀ ମୁର୍ମୁ , ଋତୁପର୍ଣ୍ଣା ପୃଷ୍ଟି, ଏନସିସି ଅଫିସର ଡଃ ଦିପାରାଣୀ ସାମଲ, ସ୍କାଉଟ୍ ଓ ଗାଇଡ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ସମେତ ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର, ଅଧ୍ୟାପକ ଆଲୋକ ରଞ୍ଜନ ଷଡ଼ଙ୍ଗୀ, ବାସୁଦେବ ସାହୁ, ସଞ୍ଜୟ କୁମାର ସାହୁ ପ୍ରମୁଖ ସାମିଲ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande