ସଟର ତାଲା କାଟି ଜୁଏଲାରୀରୁ ଲୁଟ୍
କେନ୍ଦ୍ରାପଡ଼ା, ୧୩ ଜାନୁଆରୀ (ହି.ସ.)- ସଟର ତାଲା କାଟି ଗହଣା ଦୋକାନରୁ ଲୁଟ୍ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଠାକୁରହାଟ ନିକଟରେ ଥିବା ବାସୁଦେବ ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଦୁର୍ବୃତମାନେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ତ
ସଟର ତାଲା କାଟି ଜୁଏଲାରୀରୁ ଲୁଟ୍


କେନ୍ଦ୍ରାପଡ଼ା, ୧୩ ଜାନୁଆରୀ (ହି.ସ.)- ସଟର ତାଲା କାଟି ଗହଣା ଦୋକାନରୁ ଲୁଟ୍ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଠାକୁରହାଟ ନିକଟରେ ଥିବା ବାସୁଦେବ ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଦୁର୍ବୃତମାନେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଜୁଏଲାରୀ ମାଲିକ ସେଠାରେ ପହଂଚିଯିବାରୁ ବାଇକ୍ ଛାଡି ଫେରାର୍ ହୋଇଯାଇଛନ୍ତି ଲୁଟେରା । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ କୁ ଯାଂଚ୍ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande