ଟିଟିଲାଗଡ଼ ବ୍ଲକ ସିହିନି ଗ୍ରାମପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପଂଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର, 13 ଜାନୁଆରି (ହି.ସ.)ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମପଞ୍ଚାୟତରେ ଚାଲିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ସରପଞ୍ଚ ବୀରବର ସାହୁଙ୍କ ଉପସ୍ଥିତିରେ ସେ ଭିବି-ଜି-ରାମ-ଜ
ଟିଟିଲାଗଡ଼ ବ୍ଲକ ସିହିନି ଗ୍ରାମପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପଂଚାୟତିରାଜ ମନ୍ତ୍ରୀ


ଭୁବନେଶ୍ୱର, 13 ଜାନୁଆରି (ହି.ସ.)ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମପଞ୍ଚାୟତରେ ଚାଲିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ସରପଞ୍ଚ ବୀରବର ସାହୁଙ୍କ ଉପସ୍ଥିତିରେ ସେ ଭିବି-ଜି-ରାମ-ଜି ଯୋଜନା ଅଧୀନରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କାର୍ଯ୍ୟରତ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା–ଅସୁବିଧା ବିଷୟରେ ଅବଗତ ହୋଇଥିଲେ। ପାହାଡ଼ ତଳୁ ବହିଯାଉଥିବା ଜଳକୁ ବନ୍ଧ ମାଧ୍ୟମରେ ସଞ୍ଚୟ କରିବା ସରପଞ୍ଚଙ୍କ ଏହି ଅଭିନବ ପ୍ରୟାସ ଚାଷୀମାନଙ୍କୁ ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ସହାୟତା କରିବ ବୋଲି ମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ କାମ ଯୋଗାଇ ‘ଦାଦନ ମୁକ୍ତ ପଞ୍ଚାୟତ’ ଗଠନ କରିବା ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସ୍ଥାନୀୟ ଲୋକଙ୍କ ଆର୍ଥିକ ଉନ୍ନତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ସଦା ପ୍ରତିଶ୍ରୁତିବଦ୍ଧ ରହିବ ବୋଲି ସେ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande