
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଭଦ୍ରକ ପୌରପାଳିକାର ଅବସରପ୍ରାପ୍ତ ପୂର୍ବତନ ଷ୍ଟୋରକିପର ଶେଖ ଫଖରୁଦ୍ଦିନ ଙ୍କ ଧର୍ମପତ୍ନୀ ରାବିଆ ସୁଲତାନା (୬୫) ବର୍ଷରେ ବିଳମ୍ବିତ ରାତ୍ରିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ରାବିଆ ଜଣେ ଧର୍ମପରାୟଣ, ସ୍ନେହୀ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ମହିଳା ଥିଲେ ଓ ରାବିଆଙ୍କ ଘର ବଡ ଶଙ୍କରପୁର ୱାର୍ଡ ନମ୍ବର ୨୦ ରେ ଘର ଓ ତାଙ୍କର ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାବିଆଙ୍କ ସ୍ୱାମୀ ପ୍ରାୟ ୧୩ ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ତାଙ୍କର ଗୋଟିଏ ବିବାହିତ ପୁଅ ନ୍ୟାାବ ଅଖତର କାଦରୀ (ସନି), ଗୋଟିଏ ବିବାହିତ ଝିଅ ସାଦିଆ ନାସରିନ ଓ ଜୋଇଁ ଉପସ୍ଥିତ ରହିଥିଲେ । ରାବିଆ ସୁଲତାନାଙ୍କ ହଠାତ ଅର୍ଦ୍ଧରାତ୍ରିରେ ଛାତି ଯନ୍ତ୍ରଣା ହୋଇଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ , ପରେ କଟକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ମରାଶରୀର ତାଙ୍କ ବାସଭବନରେ ପହଁଚିଲା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରାବିଆ ସୁଲତାନାଙ୍କ ବାସଭବନରେ ପହଂଚି ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଯୁବନେତା ଅସିତ ପଟ୍ଟନାୟକ, ପୌରପାଳିକାର ଅଧକ୍ଷ ଗୁଲମକ୍କୀ ଦଲୱାଜି ହବିବ,ବଡ଼ ପୁତ୍ରା ନଲେଜ ସେଂଟରର ପରିଚାଳକ ଶେଖ ଆସିଫ ଅଲି , ବଡ଼ନାତି ସର୍କାର ର ଜିଲ୍ଲା ପ୍ରତିନିଧି ଶେଖ ଅନୱର , ପୁତ୍ରା ତଥା ମେଟ୍ରୋ ଟିଭିର ପ୍ରତିନିଧି ନସୀମ ଅଖତର , ପୁତ୍ରା ଓସୀମ ଅଖତରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ସହିତ ଭଣଜା, ଭାଣିଜୀ, ବୋହୁ , ଜୋଇଁ, ପରିବାରବର୍ଗ ଓ ପଡୋଶୀ ଲୋକ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୪ ଘଟିକା ସମୟରେ ଶେଖସାହି ମସଜିଦରେ ଜନାଜା ନମାଜ ପାଠ ସାରି କବରସ୍ଥାନରେ ଦଫନ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ