
ବଲାଙ୍ଗିର, ୧୩ ଜାନୁଆରି (ହି.ସ.) - ବିକାଶ ଭେଲି ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି କ୍ଷ ଏହି ଉତ୍ସବରେ ଶ୍ରୀ ପ୍ରମୋଦ କୁମାର ମିଶ୍ର,ବରିଷ୍ଠ ଆଇନଜୀବି ଓ ସମାଜସେବୀ ମୁଖ୍ୟଅତିଥି ଭାବରେ ଓ ଶ୍ରୀ ମନୋରଞ୍ଜନ ଯୋଶି, ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ, ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଦ୍ୟାଳୟର ଉତୋରତର କାମନା ଏବଂ ମାତୃଭାଷା ଉପରେ ଗୁରୁତ୍ୱ ପ୍ରଦାନ କରିବା ବିଷୟରରେ ଉଲ୍ଲେଖ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅମ୍ବରୀଶ କୁମାର ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପରିଚାଳକ ଶ୍ରୀ ବଦ୍ରିନାଥ ମିଶ୍ର ଏବଂ ବିଦ୍ୟାଳୟର ଟ୍ରଷ୍ଟର ସଦସ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ଦାସ ମଂଚାସୀନ ଥିଲେ ଓ ଶିକ୍ଷୟିତ୍ରୀ ଶତାବ୍ଦୀ ପଟ୍ଟନାୟକ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ଚଳିତବର୍ଷରେ ଆୟୋଜିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଓ ସି ସି ଏ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଶିକ୍ଷାବର୍ଷ୨୦୨୪- ୨୫ ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛଅ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ପ୍ରସିଦ୍ଧ ଖେଳ ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ରାଉତ, ଶ୍ରୀ ରାଜକୁମାର ପାଣିଗ୍ରାହୀ ଓ ଶ୍ରୀ ବିକାଶ ଦାସ ଏବଂ ନୃତ୍ୟୁ ନିର୍ଦ୍ଦେଶକ ଟୁଲୁ, ନିତିନ , ବିନୋଦ, ସରୋଜ ଓ ଶ୍ରଦ୍ଧାମୟୀଙ୍କୁ ସମ୍ମାନୀତ କରାଯାଇଥିଲା । ଛାତ୍ରାଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲା । ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ବିଦ୍ୟାଳୟର ମୂଲ୍ୟବୋଧ ଓ ଶୃଙ୍ଖଳିତ ଶିକ୍ଷାବ୍ୟବସ୍ଥା ଏବଂ ଆୟୋଜିତ ବାର୍ଷିକ ଉତ୍ସବକୁ ଉଚ୍ଚକୋଟିର ପ୍ରଶଂସା କରାଯାଇଥିଲା ଓ ବିଦ୍ୟାଳୟର ଏତେ କମ୍ ସମୟ ମଧ୍ୟରେ ମିଳିଥିବା ପ୍ରସିଦ୍ଧି ଓ ପ୍ରତିଷ୍ଠା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ରହିଥିଲା । ଏହି ଉତ୍ସବରେ ଶିକ୍ଷକ କୈଳାସ ଚନ୍ଦ୍ର ରଣା ଶିକ୍ଷୟିତ୍ରୀ ତବସୁମ୍ ବେଗମ୍, ଆକାଂକ୍ଷା ପଢାରିଆ ଓ ମାନସୀ ଡୋଗ୍ରା ମଂଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉତ୍ସବ ସଫଳତାରେ ସାହାଯ୍ୟ କରିଥିଲେ । ସଭା ଶେଷରେ ଶ୍ରୀ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ