କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ
ବଲାଙ୍ଗିର, 13 ଜାନୁଆରି (ହି.ସ.) ସୋମବାର ଦିନ ବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ ବିଦ୍ୟାଳୟ ର ସଭାପତି ଶ୍ରୀ ତ୍ରିବିକ୍ରମ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା
କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ


କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ


କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ


କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ


କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ


ବଲାଙ୍ଗିର, 13 ଜାନୁଆରି (ହି.ସ.)

ସୋମବାର ଦିନ ବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ ବିଦ୍ୟାଳୟ ର ସଭାପତି ଶ୍ରୀ ତ୍ରିବିକ୍ରମ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ସନ୍ଦିପ କୂଅର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ଓ ସାମ୍ବାଦିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କୁ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀ ନୀଳାଚଳ ଚିରଗୁନ ଶିଶୁଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମାର୍ଗଦର୍ଶନ କରିଥିଲେ। ଡଃ ଗୋଦାବରୀଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମାନଙ୍କ ଦ୍ବାରା ମହାପୁରୁଷଙ୍କ ବେଶ ପ୍ରତିଯୋଗିତା, ସଙ୍ଗୀତ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା,ଭାଷଣ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ଶିଶୁ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କ ସହାୟତା ରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande