ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଂଟ, ରାମେଶ୍ୱର କ୍ଲବ୍ ରାନ୍ଦିଆ ଚାମ୍ପିୟନ
ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଭଦ୍ରକ ରାନ୍ଦିଆ ସ୍ଥିତ ରାମେଶ୍ୱର ସ୍ପୋଟିଂର୍ ପଡ଼ିଆରେ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ କ୍ଲବ ଫୁଟ୍ୱଲ ଟୁର୍ଣ୍ଣାମେଂଟର ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ବାଇଧର ଫୁଟବଲ ଏକାଡେମୀକୁ ହରାଇ ରାନ୍ଦିଆ ରାମେଶ୍ୱର କ୍ଳବ ଚାମ୍ପିୟନ ହୋଇଛି। ଏହି କ୍ଳବ ଫାଓ ଦ୍ୱାରା କଟକର
ZILLASTARIYA FOOTBALL TOURNAMENT-2


ଭଦ୍ରକ, ୧୩ ଜାନୁଆରୀ (ହି.ସ.) - ଭଦ୍ରକ ରାନ୍ଦିଆ ସ୍ଥିତ ରାମେଶ୍ୱର ସ୍ପୋଟିଂର୍ ପଡ଼ିଆରେ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ କ୍ଲବ ଫୁଟ୍ୱଲ ଟୁର୍ଣ୍ଣାମେଂଟର ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ବାଇଧର ଫୁଟବଲ ଏକାଡେମୀକୁ ହରାଇ ରାନ୍ଦିଆ ରାମେଶ୍ୱର କ୍ଳବ ଚାମ୍ପିୟନ ହୋଇଛି। ଏହି କ୍ଳବ ଫାଓ ଦ୍ୱାରା କଟକରେ ଅନୁଷ୍ଠିୀତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ଲବ ଟୁର୍ଣ୍ଣାମେଂଟରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମୋଟ ୧୦ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଂଟର ଆଜି ଫାଇନାଲ ଖେଳରେ ଚରମ୍ପା ବାଇଧର ଫୁଟବଲ ଏକାଡେମୀକୁ ରାନ୍ଦିଆ ରାମେଶ୍ୱର କ୍ଲବ ୪-୧ ଗୋଲରେ ପରାଜିତ କରି ଚାମ୍ପିୟନ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଆଥ୍ଲେଟିକ୍ ଆସୋସିଏସନର ସଭାପତି ତଥା ଜିଲ୍ଲାପାଳ ଦିଲୀପ ରାଉତରାଏ, ସମ୍ପାଦକ ଧୀରେନ ପଲାଇ, ସ୍ଥାନୀୟ ସରପଂଚ ସ୍ୱପ୍ନାରାଣୀ ରାଉତରାୟ, ସମିତି ସଦସ୍ୟ ଶ୍ରୀଧର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଆସୋସିଏସନ୍ର ସଦସ୍ୟ ଉପେନ୍ଦ୍ର ବାରିକ, ଜତିକାନ୍ତ ନାୟକ, କମଳାକାନ୍ତ ସାହୁ, ବ୍ୟୋମକେଶ ସେନାପତି, ରାଇମୋହନ ମହାପାତ୍ର, ରଘୁନାଥ ଦାସ, ସୁଶୀଲ ପଟ୍ଟନାୟକ, ଗୌରାଙ୍ଗ ମହାପାତ୍ର, ଯଦୁନାଥ ସ୍ୱାଇଁ, ସଞ୍ଜିବ ମହାପାତ୍ର ଉପସ୍ଥିତ ଥିବା ବେଳେ ଯୁଗ୍ମ ସମ୍ପାଦକ ଅତିଶ୍ କୁମାର ବେହେରା ମଂଚ ପରିଚାଳନା ଓ ସଂଯୋଜନା କରିଥିଲେ। ଟୁର୍ଣ୍ଣାମେଂଟରେ ରେଫେରୀ ଭାବେ ଉତମ ବାରିକ, ମହେଶ୍ୱର ପତି, ରିୟାଜ୍ ଖାଁ, ବି.ଏନ୍‌. ଜେନା ମ୍ୟାଚ୍ ପରିଚାଳନା କରିଥିଲେ। ରାମେଶ୍ୱର କ୍ଳବର ପ୍ରଶାନ୍ତ ସୋରେନ୍ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇ ପୁରସ୍କାର ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଂଟକୁ ସୌମ୍ୟକାନ୍ତ ଉପାଧ୍ୟାୟ, ଅମିତ୍ ମହାପାତ. ରବିନାରାୟଣ ଓଝା, ସଂଗ୍ରାମୀ ନାୟକ, ଅଭିଲିପ୍ସା ପାଢ଼ୀ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande