
ଭୁବନେଶ୍ୱର, 13 ଜାନୁଆରି (ହି.ସ.)-ରାଜ୍ୟରେ
ଆଗାମୀ ନିର୍ବାଚନରେ ବୁଥ ସଂଖ୍ୟା ବଢ଼ିବା ଓ ଏସଆଇଆର ଲାଗୁ ହେବା ପ୍ରକ୍ରିୟା ଆରମ୍ଭ ହେବାକୁ
ନେଇ ପ୍ରତିକ୍ରିୟା ରଖିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। କହିଛନ୍ତି, ବ୍ୟବସ୍ଥାରେ ସଫେଇ ହେବା ସହିତ ଭୋଟର୍ ତାଲିକାରେ
ସଂଶୋଧନ ହେବା ଜରୁରୀ। ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନର ଭୋଟର୍ ଲିଷ୍ଟରେ ରହିଯାଇଛି। ମୃତ
ବ୍ୟକ୍ତିଙ୍କ ନାମ ମଧ୍ୟ ରହିଯାଇଛି।ବାହ୍ୟ ଦେଶରୁ ଆସୁଥିବା ଲୋକ ବି ଭୋଟର୍ ସୂଚୀରେ ସାମିଲ
ହୋଇଯାଇଛନ୍ତି।ଏଥିରେ ସଂଶୋଧନ ଆଣିବା ବହୁତ୍ ଜରୁରୀ।ଯୋଗ୍ୟ ଭୋଟର୍ କେବେବି ବାଦ୍ ପାଇପାରିବେ
ନାହିଁ। ଯେଉଁମାନେ ଅଯୋଗ୍ୟ ଏବଂ ଭାରତୀୟ ନାଗରିକ ନୁହେଁ ଏସଆଇଆର ଲାଗୁ ହେବା ପରେ ବାଦ୍ ପଡିବେ।
ବୁଥ ସଂଖ୍ୟା ବଢ଼ିବାକୁ
ନେଇ କହିଛନ୍ତି,କିଛି ବୁଥରେ ଅଧିକ
ଭୋଟର ରହିଛନ୍ତି। ବେଳେବେଳେ ବୁଥ ଦୂର ହେବାରୁ ବହୁତ୍ ଲୋକ ମତଦାନ ପ୍ରକ୍ରିୟାରେ ଭାଗ ନେଇ ପାରୁନାହାଁନ୍ତି।
ରାତି ୮ ଟା ରୁ ୯ ଟା ପର୍ଯ୍ୟନ୍ତ ମଧ୍ୟ ମତଦାନ ସାବ୍ୟସ୍ତ ହେଉଛି। ତେଣୁ ରାଜ୍ୟରେ ବୁଥ ସଂଖ୍ୟା
ବଢ଼ିବା ଆବଶ୍ୟକତା ରହିଛି। ଅନ୍ୟପଟେ ବିଜେଡ଼ି ଏହାକୁ ବିରୋଧ କରିବାକୁ ନେଇ ପ୍ରତିକ୍ରିୟା ଦେଇ
ସାଂସଦ ଶ୍ରୀ ମାଝୀ କହିଛନ୍ତି,ଆଗରୁ କଂଗ୍ରେସ୍ ବିରୋଧ କରୁଥିଲା,ଏବେ ଶାସନ ସରିବା ପରେ କଲବଲ ହୋଇ ବିଜେଡ଼ି ସରକାରଙ୍କୁ ନିନ୍ଦା ଓ
ଅପମାନ କରିବାକୁ ଅପଚେଷ୍ଟା କରୁଛି।
କିଛି ରାଜ୍ୟ ଏସଆଇଆର ଲାଗୁ
ଉପରେ ପ୍ରଶ୍ନ ଉଠାଉଛନ୍ତି, ଏହା ଉପରେ ମଧ୍ୟ ମତାମତ ରଖିଛନ୍ତି ନବରଙ୍ଗପୁର ସାଂସଦ। କହିଛନ୍ତି,
ପଶ୍ଚିମବଙ୍ଗରେ ଟିଏମସିସରକାର ଯାଉଛି, କେରଳରେ ଭାଜପା ସରକାର ଆସୁଛି। ତେଣୁ ଯୋଉ ରାଜ୍ୟରେ ବିରୋଧୀ ଦଳ
ପରାଜୟର ବାସ୍ନା ବାରୁଛନ୍ତି ସେମାନେ ଏସଆଇଆର ଲାଗୁକୁ ବିରୋଧ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା