ହରିବୋଲିଆ ମଠ ବଟେଶ୍ଵର ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ
ଧର୍ମଶାଳା,୧୩ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତସ୍ଥ କଦମପାଳ ଗ୍ରାମ ହରିବୋଲିଆ ମଠ ବଟେଶ୍ୱର ପୀଠରେ ଶ୍ରୀଶ୍ରୀ ଭଗବାନ ଶିବଙ୍କ ୧୦ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ବିଦ୍ୱାନ ପଣ୍ଡିତଙ୍କ ତତ୍ୱବଧାନରେ ଅଙ୍କୁରାରୋପଣ ଓ କଳସ ଯାତ୍
ହରିବୋଲିଆ ମଠ ବଟେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ


ଧର୍ମଶାଳା,୧୩ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତସ୍ଥ କଦମପାଳ ଗ୍ରାମ ହରିବୋଲିଆ ମଠ ବଟେଶ୍ୱର ପୀଠରେ ଶ୍ରୀଶ୍ରୀ ଭଗବାନ ଶିବଙ୍କ ୧୦ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ବିଦ୍ୱାନ ପଣ୍ଡିତଙ୍କ ତତ୍ୱବଧାନରେ ଅଙ୍କୁରାରୋପଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରଦ୍ଧାଳୁମାନେ ସ୍ଥାନୀୟ କେଲୁଅ ନଦୀରୁ କଳସୀରେ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ ପରେ ରୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ଦିବସମାନଙ୍କରେ ସୂର୍ଯ୍ୟ ପୂଜା, ଗୋ-ପୂଜା, ଧରିତ୍ରୀ ପୂଜା, ଷୋଡଷ ଉପଚାର ପୂଜା ସହ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା । ସନ୍ଧ୍ୟାରେ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରବଚକ ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଭକ୍ତି ଚେତନା ବିଷୟରେ ଆଲୋଚନା କରିଥିଲେ । ପବିତ୍ର କାର୍ଯ୍ୟକ୍ରମରେ ହରିବୋଲିଆ ମଠର ମଠାଧୀଶ ବାବା ଧନେଶ୍ୱର ଦାସ ଓ କଦମପାଳ ଗ୍ରାମବାସୀ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande