
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଧାନ କିଣାରେ
ଅବ୍ୟବସ୍ଥା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି । ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା କହିଛନ୍ତି
ଯେ, ନୂଆ ସରକାର ଦ୍ୱାରା ଚାଷୀ କୂଳ ଆଜି ପ୍ରତାରିତ । ରାଜ୍ୟରେ ଡବଲ ଇଂଜିନ ସରକାର ଚାଷୀ କୂଳକୁ
ଆଶ୍ୱସ୍ତ କରିଥଲେ । ସମସ୍ତ ବିକ୍ରି ଯୋଗ୍ୟ ବଳକା
ଧାନ କିଣି ଏମଏସପି ଓ ସବସିଡି ମିଶାଇ 3100 ଟଙ୍କା ଦେବୁ । ଏବେ 18 ଟି ଜିଲ୍ଲାରେ ମିଲରଙ୍କ
ପାଖକୁ ଦାନାଟିଏ ମଧ୍ୟ ରବି ଧାନ ସଂଗ୍ରହ ହୋଇ ନାହିଁ । 19ଲକ୍ଷ 66 ହଜାର 181 ଚାଷୀ ପଞ୍ଜିକରଣ
କରିଥିଲେ । ହେଲେ 3 ଲକ୍ଷ 40 ହଜାର 294 ଚାଷୀ ଧାନ ବିକିଛନ୍ତି ଯାହା ମାତ୍ର 17 ପ୍ରତିଶତ । 4
ହଜାର 83 ଟି ମଣ୍ଡି ଖୋଲିବା ପାଇଁ ନିଷ୍ପତି କରିଥିଲେ 1883 ଟି ମଣ୍ଡି ଚାଲିଛି । ଏଥିରୁ ଧାନ
ସଂଗ୍ରହ ବ୍ୟବସ୍ଥା ପାଇଁ ସରକାରଙ୍କ ବ୍ୟବସ୍ଥା ଜଣା ପଡୁଛି । ମୁଖ୍ୟମନ୍ତ୍ରୀ କିଛି ଦିନ ଆଗରୁ
ସମୀକ୍ଷା କରି ଜାନୁୟାରୀ 10 ସୁଦ୍ଧା ସବୁ ମଣ୍ଡି ଖୋଲା ଯିବ ଓ ସବୁ ଧାନ ସଂଗ୍ରହ କରାଯିବ ବୋଲି
କହିଥିଲେ । ହେଲେ ଏ ପର୍ଯ୍ୟନ୍ତ 8 ପୁରୀ, ବାଲେଶ୍ୱର, ଜଗତସିଂହପୁର,
କେନ୍ଦ୍ରାପଡ଼ା ଭଳିଟି ଜିଲ୍ଲାରେ ମଣ୍ଡି ଖୋଲା ଯାଇନାହିଁ । ମୁଖ୍ୟମନ୍ତ୍ରୀଙ୍କ
ନିର୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଆଜି ପାଣିର ଗାର । ଟୋକନ, ମଣ୍ଡି ଖୋଲିବା, ମଣ୍ଡିରୁ ଧାନ ଉଠିବା ସହ ପଇସା ଦେବା ସବୁରେ
ଅବ୍ୟବସ୍ଥା । ଆଗକୁ ଚାଷୀ କୂଳଙ୍କ ସହ ବିଜେଡି ଏହାର ଜବାବ ଦେବ । 73 ଲକ୍ଷ ମେଟ୍ରିକ ଟନରୁ 18
ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଅପର ପକ୍ଷରେ ପଡୋଶୀ ରାଜ୍ୟ ଛତିଶଗଡରେ 93 ଲକ୍ଷ
ମେଟ୍ରିକ ଟନ ଧାନ ସଂଗ୍ରହ ହୋଇ ସରିଲାଣି । 150 କ୍ୱିଣ୍ଟାଲ ଧାନ ପର୍ଯ୍ୟନ୍ତ ଧାନର ଏମଏସପି ଦେବୁ
ବାକି ଧାନ ଅନ୍ୟ ଆଡ଼େ ବିକ୍ରି କର ବୋଲି ଯୋଗାଣ ମନ୍ତ୍ରୀ କହୁଛନ୍ତି । ଜିଓ ଟ୍ୟାଗ ଓ ସାଟଲାଇଟ
ସର୍ଭେ ନାଁରେ ଯୋଗ୍ୟ ଚାଷୀଙ୍କୁ କାଟି ଦିଆଯାଉଛି ବୋଲି ସଞ୍ଜୟ ଦାସ ବର୍ମା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା