ଆମ ସରକାର ଆସିବା ପରେ ଚାଷୀଙ୍କୁ 800 ଟଙ୍କା ବୋନସ ଦେଇଛି- ବିଜେପି
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ବିଜେଡ଼ି ଅଭିଯୋଗର ଉତ୍ତର ଦେଲା ବିଜେପି । ଆମ ସରକାର ଆସିବା ପରେ ଚାଷୀଙ୍କୁ 800 ଟଙ୍କା ବୋନସ ଦେଇଛନ୍ତି । ପୂର୍ବ ସରକାର 100 ଟଙ୍କା ବୋନସ କହି 24 ବର୍ଷ ଧରି ଟଙ୍କାଟିଏ ଦେଇନଥିଲେ | ଏହା ତାଙ୍କର ପ୍ରତାରଣା ନଥିଲା କି ପ୍ରଶ୍ନ
ଆମ ସରକାର ଆସିବା ପରେ     ଚାଷୀଙ୍କୁ 800 ଟଙ୍କା ବୋନସ ଦେଇଛି- ବିଜେପି


ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ବିଜେଡ଼ି

ଅଭିଯୋଗର ଉତ୍ତର ଦେଲା ବିଜେପି । ଆମ ସରକାର ଆସିବା ପରେ ଚାଷୀଙ୍କୁ 800 ଟଙ୍କା ବୋନସ ଦେଇଛନ୍ତି

। ପୂର୍ବ ସରକାର 100 ଟଙ୍କା ବୋନସ କହି 24 ବର୍ଷ ଧରି ଟଙ୍କାଟିଏ ଦେଇନଥିଲେ | ଏହା ତାଙ୍କର ପ୍ରତାରଣା ନଥିଲା କି ପ୍ରଶ୍ନ

ପଚାରିଛି ବିଜେପି ।

ବିଜେପି କୃଷକ ମୋର୍ଚ୍ଚା

ସଭାପତି ଶୁଭ୍ରାଂଶୁ ପାଢ଼ୀ କହିଛନ୍ତି ଯେ, ସରକାର ଚାଷୀଙ୍କୁ ବୋନସ ଦେବା ପରେ, ରାଜ୍ୟ ଚାଷୀଙ୍କ କ୍ଷେତ୍ରରେ ଧାନ ଚାଷ ବଢିଛି |

ଧାନ ଚାଷ ବଢୁଛି ହେଲେ ଗତ ସରକାର ଗୋଦାମ କରି ନଥିଲା | ସରକାର ଦେଢ଼ ବର୍ଷ ହେବେ ଆସିଛି | ଆମ ସରକାର ଏବେ ଭିତିଭୂମି

ବୃଦ୍ଧି ପାଇଁ ବ୍ୟବସ୍ତା କରୁଛନ୍ତି | ଏଥିପାଇଁ ସମୟ ଦରକାର |

ଏତେ ଧାନ ଆସିଲେ ଧାନ କୋଉଠି ରଖିବେ, ମିଲର କୋଉଠି

ରଖିବେ, ଚାଉଳ କୋଉଠି ରହିବ | ତେଣୁ ଏସବୁ

ଲାଗି ସମୟ ଦରକାର | 24 ବର୍ଷ ସରକାର କରିପାରିନଥିଲା, ଆମକୁ ଦେଢ଼ ବର୍ଷ ଭିତରେ ଲୋକମାନେ ଯେଉଁ ଆଶା ରଖିଛନ୍ତି ତାହା ପୂରଣ କରିବାକୁ ଆମକୁ

ସମୟ ଦିଅନ୍ତୁ | କିନ୍ତୁ ଚାଷୀ ହଇରାଣ ହେବେ ନାହିଁ, ଚାଷୀଙ୍କ ସହିତ ସରକାର ଅଛନ୍ତି ବୋଲି ସେ କହିଛନ୍ତି ।

150 କ୍ୱିଣ୍ଟାଲ ନେବେ

ସରକାର ଯେଉଁ ଅଭିଯୋଗ ବିରୋଧୀ ଆଣୁଛନ୍ତି, ଏହା ପ୍ରଥମ ପର୍ଯ୍ୟାୟ ଧାନ କିଣା, ପୁଣି ଆଉ ଗୋଟେ

ପର୍ଯ୍ୟାୟରେ ଧାନ ଚାଷୀଙ୍କଠୁ ଉଠାଯିବ | ଏ ସରକାର ଚାଷୀଙ୍କ ସରକାର,

ଚାଷୀଙ୍କ ସହିତ ରହିଛି | ଚାଷୀଙ୍କର କୌଣସି ଅସୁବିଧା

ହେବ ନାହିଁ ବୋଲି ବିଜେପି କୃଷକ ମୋର୍ଚ୍ଚା ସଭାପତି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande