
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ରାଜ୍ୟରେ
ବଢିଲା ବୁଥ ସଂଖ୍ୟା । ଏସଆଇଆର ପୂର୍ବରୁ ବୁଥ ସଂଖ୍ୟା ଆଉ 7 ହଜାର ବୁଥ ବୃଦ୍ଧି କରାଯାଇଛି ।
ପୂର୍ବରୁ 36 ହଜାର ବୁଥ ଥିବା ବେଳେ ଏବେ ପ୍ରାୟ 43 ହଜାର ବୁଥ କରାଯାଇଛି । ଏସଆଇଆର ପାଇଁ
ଓଡ଼ିଶା ପ୍ରସ୍ତୁତ | ଓଡିଶାରେ
ଏସଆଇଆର ଲାଗୁ ପାଇଁ ପ୍ରସ୍ତୁତି 5 ମାସ ଧରି ଚାଲିଛି | ଗୋଟିଏ ବୁଥରେ
1200 ରୁ ଉର୍ଦ୍ଧ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ | ଏନେଇ
ସମସ୍ତ ପ୍ରୋସେସ ସରିଛି | ରାଜ୍ୟରେ ପ୍ରାୟ 43 ହଜାର ବୁଥ ସୃଷ୍ଟି
ହୋଇଛି ସବୁ ବୁଥରେ 1200 କିମ୍ବା ତାଠାରୁ କମ ଭୋଟର ରହିବେ | ସବୁ
ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି।
2002 ମସିହାରେ ଶେଷ ଥର ପାଇଁ ଓଡିଶାରେ ଏସଆଇଆର ହୋଇଥିଲା | 2002
ରୁଲରେ ଯେଉଁମାନଙ୍କ ନାମ ଥିଲା 2025 ରୁଲରେ ନାମ ଥିଲେ ଆଉ ସଂଶୋଧିତ ଦରକାର ନାହିଁ | ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ | 2025 ଏବଂ
2002 ଡାଟା ଇଣ୍ଟିଗ୍ରେଟ ହୋଇସାରିଛି | 70 ପ୍ରତିଶତ ମ୍ୟାପିଙ୍ଗ
ସରିଛି | ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ
ଆଉ କୌଣସି ଡକୁମେଣ୍ଟ ଦେବାକୁ ପଡିବ ବୋଲି ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ
ମିଶ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା