
ଧର୍ମଶାଳା,୧୩ ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ କୋଠିଡିହ ବୈଷ୍ଣବ ନାୟକ ବିଦ୍ୟାପୀଠ ଓ କୋଠିଡିହ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୈଷ୍ଣବ ନାୟକ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ସୁନନ୍ଦ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନା ଓ ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମନ୍ତ କୁମାର ନାୟକ,ନିରଞ୍ଜନ ସାହୁ ଓ ନ୍ୟାୟବ ସରପଂଚ ଆଶାତୁନ ବିବି ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ସମୟକୁ ଗୁରୁତ୍ୱ ଦେବା, ଗୁରୁଜନମାନଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ । କୋଠିଡିହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରାଙ୍ଗ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ମିନାକୀ ଗୁଇଁ ଓ ମନୋରମା ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ