
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ନିଶା ମୁକ୍ତ କ୍ୟାମ୍ପସ୍ ପାଇଁ କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ପରେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ
କିଭଳି ନିଶା ମୁକ୍ତ କ୍ୟାମ୍ପସ୍ ତାହା ଉପରେ
ଗୁରୁତ୍ୱ ଦିଆଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହା ଉପରେ ବରମ୍ବାର ଆଲୋଚନା ହୋଇଛି ।
ଏହା ବେଶ୍ ଗମ୍ଭିର ବିଷୟ । ଓଡ଼ିଶାରେ
ପ୍ରତି ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାଙ୍କ ଠାରୁ
କିଭଳି ନିଶା ବନ୍ଦ କରାଯିବ ସେ ନେଇ ବିଭାଗ
ସବୁବେଳେ ତତ୍ପର ରହିଛି । ଏହା ସହ କ୍ୟାମ୍ପସ୍ ଆଖ ପାଖରେ କିଭଳି ନିଶା କାରବାର ବନ୍ଦ ହେବ ସେ ନେଇ ଧ୍ୟାନ ଦିଆଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା