
, 13 ଜାନୁଆରି (ହି.ସ.) ଭୁବନେଶ୍ୱର
- ଯୁକ୍ତ ୨
ପରୀକ୍ଷାରେ ଚଳିତ ବର୍ଷ ହୋଇପାରେ ଅନ୍ ଲାଇନ୍
ଖାତା ଦେଖା। କଳା ବିଭାଗ ପାଇଁ ପ୍ରସ୍ତୁତି
କରାଯାଉଛି । ଚୁଡାନ୍ତ ପାଇଁ ବଜେଟ ଫାଇନାଲ
ହୋଇନାହିଁ । ବଜେଟ ଆପ୍ରୁଭାଲ ହେଲେ ସେ ପ୍ରତି
ନିଷ୍ପତି ନିଆଯାଇପାରେ ବୋଲି
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଅନଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର
ଖାତା ମୂଲ୍ୟାୟନ କରାଯିବ। ଆନୁଷଙ୍ଗିକ ବ୍ୟବସ୍ଥା ଅର୍ଥର କରାଯିବ । ଟାଇମ ପିରିୟଡ ଭିତରେ ଖାତା
ଦେଖା ହୋଇପାରିବ । ବିଭାଗ ଯୋଜନା କରୁଛି,
ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ
ହେବ । ୨୦୧୮ ରୁ ୨୩ ମସିହାରେ ସ୍କଲାରସିପରେ ଦୁର୍ନୀତି ହୋଇଥିବା ସିଏଜି ତଥ୍ୟ କହୁଛି ।
ଫେକ୍ ସାର୍ଟିଫିକେଟ ନେଇ ଯେଉଁମାନେ ସ୍କଲାରସିପ୍
ନେଇଛନ୍ତି ସେମାନଙ୍କ ଉପରେ ତର୍ଜମା
ହେବ । ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି
। ସ୍ଵଚ୍ଛତା କିଭଳି ମେଣ୍ଟନ କରାଯିବ ତାହା
ଗୁରୁତ ନିଆଯାଇଛି । ତର୍ଜମା କରାଯିବ । ଦୋଷୀଙ୍କ
ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।
ସେହିପରି ପରୀକ୍ଷା
ପ୍ରଶ୍ନପତ୍ର ଏଆଇ କ୍ୟାମେରା ଜଗିବ ବୋଲି ମନ୍ତ୍ରୀ କହିଛନ୍ତି । ଗତଥର ବି ଏଚଏସସିରେ ଏଆଇ କ୍ୟାମେରା ଲାଗିଥିଲା । କୌଣସି ପ୍ରଶ୍ନ ପତ୍ର ଲିକ୍ ହୋଇନାହିଁ । ଛାତ୍ର ଛାତ୍ରୀଙ୍କ ପାଇଁ ଏହି
ଯୁକ୍ତ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ।
ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଏହି ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ
ଦୃଢୋକ୍ତି ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା